Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଘବ ଚଢ଼ାଙ୍କ ସହ ଆପ୍ ଛାଡ଼ିଥିବା ୭ ସାଂସଦ କିଏ ?

    Share on :
    ajab-Image
    Date: Apr 25, 2026    Views: 2613

    ନୂଆଦିଲ୍ଲୀ : ଆପକୁ ବଡ଼ ଝଟକା । ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସହ ୭ ସାଂସଦ ଛାଡ଼ିଲେ ଦଳ । ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେପିରେ ସାମିଲ ହେବେ । ତେବେ ଏହି ୭ ଜଣ ସାଂସଦ କିଏ ? ଯେଉଁମାନେ ରାଘବ ଚଢ଼ାଙ୍କ ସାଥ୍ ଦେବା ସହ ଦଳ ଛାଡ଼ିଛନ୍ତି । ତେବେ ୭ ଜଣଙ୍କ ମଧ୍ୟରେ ପଞ୍ଜାବରୁ ରାଜ୍ୟସଭାକୁ ଯାଇଥିବା ସାଂସଦମାନେ ଦଳ ଛାଡ଼ି ବିଜେପିରେ ସାମିଲ୍ ହେଉଛନ୍ତି ।

    ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସାଂସଦମାନେ ହେଲେ ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ବାତୀ ମାଲିଓ୍ବାଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମଜିତ ସାହନି, ବଲବୀର ସିଂ ସେଚେଓ୍ବାଲ । ତେବେ ପ୍ରେସମିଟ୍ କରି ରାଘବ ଚଢ଼ା ଆମ ସହ ସାଂସଦମାନେ ରହିଛନ୍ତି ଯେଉଁମାନେ ଆପ୍ ଛାଡ଼ିଲେ ବୋଲି କହିଛନ୍ତି । ଏହାସହ ପ୍ରେସମିଟରେ ଏନେଇ ସେ ସୂଚନା ଦେଇଥିଲେ ।

    ଆପ୍ ଛାଡ଼ିଥିବାବେଳେ ଦଳ ଉପରେ ବର୍ଷିଛନ୍ତି ରାଘବ ଚଢ଼ା । ସେ କହିଛନ୍ତି କି, ଦଶଜଣ ଦଳର ସାଂସଦ ରହିଥିବାବେଳେ ଦୁଇ ତୃତୀୟାଂଶ ସାଂସଦ ଆମ ସହ ଦଳ ଛାଡ଼ିବେ । ମୁଁ ଦଳରୁ ଦୂରେଇ ଯାଉଛି କିନ୍ତୁ ଲୋକଙ୍କ ପାଖକୁ ଯାଉଛି । ସେପଟେ ରାଘବ ଚଢ଼ା ଆପ୍ ଛାଡ଼ି ବିଜେପିରେ ଯୋଗଦେବାକୁ ରହିଥିବାବେଳେ ଏହାକୁ ନେଇ ସୋସିଆଲ ମିଡିବରେ ଚର୍ଚ୍ଚା ଜୋର ଧରିଛି । ଅନେକ ତାଙ୍କୁ ସମର୍ଥନ କରୁଥିବାବେଳେ କିଛି ତାଙ୍କୁ ଟ୍ରୋଲ କରୁଛନ୍ତି । ମିଛ ନାଟକ କରି ଦଳ ଛାଡ଼ିଲେ ବୋଲି ମଧ୍ୟ କହୁଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook