Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦିଙ୍କୁ ଭେଟିଲେ ଅପରାଜିତା, ଜାଣନ୍ତୁ କ’ଣ କହିଲେ ?

    Share on :
    ajab-Image
    Date: Apr 5, 2022    Views: 7381

    ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି  । ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ଅପରାଜିତା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି  । ମୋଦିଙ୍କୁ ଅପରାଜିତାଙ୍କ ସାକ୍ଷାତ ନେଇ ରାଜ୍ୟ ବିଜେପି ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି  ।

    ନିକଟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀମାନେ ଦିଲ୍ଲୀଗସ୍ତରେ ଯାଇଥିଲେ । ଦିଲ୍ଲୀ ଗସ୍ତକାଳରେ ସେମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ  । ଆଲୋଚନା କାଳରେ ସେମାନେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମନମାନି ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା  । ଏପରିକି ଅପରାଜିତାଙ୍କ ବିରୋଧରେ ସେମାନେ ଫେରାଦ ମଧ୍ୟ ହୋଇଥିଲେ  ।

    ଅପରପକ୍ଷରେ ନିକଟରେ ସଂସଦ ଭବନରେ ଅପରାଜିତା ଷଡ଼ଙ୍ଗୀ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ  । ଅନ୍ୟ ବିଜେପି ସାଂସଦମାନେ ନବୀନଙ୍କୁ ଭେଟିନଥିବାବେଳେ ଅପରାଜିତାଙ୍କ ଏଭଳି ଭେଟଘାଟକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା  । ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ ହୋଇଥିବାବେଳେ ଅପରାଜିତାଙ୍କ ପାଇଁ କେହି ବାହାରି ନଥିଲେ  ।
    ଖୁବଶୀଘ୍ର ବିଜେପିର ସାଂଗଠନିକସ୍ତରରେ ବଡ଼ ଧରଣର ଅଦଳବଦଳ ହେବବୋଲି ଚର୍ଚ୍ଚା ହେଉଥିବାବେଳେ ମୋଦିଙ୍କ ସହ ଅପରାଜିତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । ଜଣେ ସାଂସଦ ଭାବେ ସେ ନିର୍ବାଚନମଣ୍ଡଳୀର ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ ନା ଦଳର ଆଭ୍ୟନ୍ତରୀଣ ବ୍ୟାପାର ଓ ସାଂଗଠନିକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଅପରାଜିତା ମୋଦିଙ୍କୁ ଅବଗତ କରାଇଛନ୍ତି ସେନେଇ ଚର୍ଚ୍ଚା ଜୋର ଧରିଛି  ।  

    ସୂଚନାଯୋଗ୍ୟଯେ, ଅପରାଜିତା ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତିଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର ସୌଭାଗ୍ୟ ପାଇଛନ୍ତି  । ସେ ବହୁ ପ୍ରସଙ୍ଗରେ ଆଲୋଚନା କରିବା ସହ ତାଙ୍କର ପରାମର୍ଶ ଲୋଡ଼ିଥିଲେ  । ମୋଦିଙ୍କ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ଜ୍ଞାପନ କରୁଛନ୍ତି  । ମୋଦି ଜନଗଣଙ୍କର ପସନ୍ଦ ହୋଇଥିବାବେଳେ ପ୍ରେରଣାର ଉତ୍ସ ବୋଲି ଅପରାଜିତା କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook