Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅପରାଜିତାଙ୍କ ହାତ ଛାଡୁଛନ୍ତି ନେତା ଓ କର୍ମୀ

    Share on :
    ajab-Image
    Date: May 14, 2022    Views: 2687

    ଭୁବନେଶ୍ୱର (ଓଡିଆ ସ୍ପଟ ନ୍ୟୁଜ)  : ଓଡ଼ିଶାର ଲୋକପ୍ରିୟ ସାଂସଦ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ  । ଭୁବନେଶ୍ୱର ସାଂସଦ ହୋଇଥିଲେବି ଏବେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ସମର୍ଥକମାନେ ରହିଛନ୍ତି  । ଖାଲି ଭୁବନେଶ୍ୱର ନୁହେଁ ଏବେ ସେ ସାରା ରାଜ୍ୟରେ ସାଂଗଠନିକ ବିସ୍ତାର କରିବାରେ ଲାଗିପଡ଼ିଛନ୍ତି  । ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ସାରା ରାଜ୍ୟ ବୁଲୁଛନ୍ତି ବୋଲି କହୁଛନ୍ତି  । ତେବେ ଦଳୀୟ ସଂଗଠନ ଆଳରେ ସେ ନିଜର ବ୍ୟକ୍ତିଗତ ଲୋକସମ୍ପର୍କ ଓ ଲୋକପ୍ରିୟତା ବୃଦ୍ଧି କରୁଛନ୍ତି ବୋଲି ତାଙ୍କର ସମାଲୋଚକମାନେ ମତପ୍ରକାଶ କରୁଛନ୍ତି  । 

    ଗୋଟିଏ ପଟେ ଅପରାଜିତା ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ଶୋଭାଯାତ୍ରା କରୁଥିବାବେଳେ,  ଅପରପକ୍ଷରେ ତାଙ୍କ ବିରୋଧରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଅନେକ ବିଜେପି ନେତା ଓ କର୍ମୀ ସ୍ୱର ଉତୋଳନ କରିବା ଆରମ୍ଭ କରିଦେଇଛନ୍ତି  । 

    ଏକଦା ଅପରାଜିତାଙ୍କ ଖାସ ଅନୁଗତ କୁହାଯାଉଥିବା ଦେବାଶିଷ ନାୟକ ଏବେ ଅପରାଜିତାଙ୍କ ସାଙ୍ଗରେ ନଥିବା ଚର୍ଚ୍ଚା ହେଉଛି  । ଅପରାଜିତାଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଗସ୍ତ ସମୟରେ ଦେବାଶିଷ ତାଙ୍କର ପାଖେପାଖେ ରହୁଥିଲେ  । କିନ୍ତୁ ଏବେ ସେ କରଛଡ଼ା ଦେବା ଆରମ୍ଭ କରିଛନ୍ତି  । ଦେବାଶିଷ ହେଉଛନ୍ତି ଅପରାଜିତାଙ୍କ ଯୁବ ସଂଗଠନ ୟୁଥ ଫର ଆକ୍ସନର ମୁଖ୍ୟ  । ସେହିପରି ୟୁଥ ଫର ଆକ୍ସନର ଅନ୍ୟତମ ନେତା ସୁଜିତ ସିଂ ମଧ୍ୟ ଅପରାଜିତାଙ୍କ ସହ ନଥିବା ଚର୍ଚ୍ଚା ହେଉଛି  । ନିଜ ସୋସିଆଲ ମିଡ଼ିଆ ଡିପିରେ ସେ ଅପରାଜିତାଙ୍କ ଫଟୋ ବି ରଖିନାହାନ୍ତି  । 

    ଖାଲି ସେତିକିନୁହେଁ ଅପରାଜିତାଙ୍କ ପାଇଁ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା, ଜଟଣୀ, ବେଗୁନିଆରେ ବିଜେପି ବସ୍ତୁତଃ ଦୁଇଫାଳ ହୋଇଯାଇଛି  । ବେଗୁନିଆରେ ଅପରାଜିତାଙ୍କ ଅନୁଗତ ପ୍ରକାଶ ବିଜୁଳି ସଂଗଠନ କରୁଥିବା ବେଳେ ତାଙ୍କୁ ଏବେ ଟକ୍କର ଦେବା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଡକ୍ଟର ଯତୀନ ମହାନ୍ତି  । ଖୋର୍ଦ୍ଧାରେ ଗୋଟିଏ ପଟେ ଅପରାଜିତାଙ୍କ ସମର୍ଥକ ତଥା ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ର ଥିବାବେଳେ ଅପରପକ୍ଷରେ ରହିଛନ୍ତି ଧର୍ମେନ୍ଦ୍ରଙ୍କ ଅନୁଗତ କାଳୁଚରଣ ଖଣ୍ଡାୟତରାୟ  । ସେହିପରି ଜଟଣୀରେ ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ ଅନୁଗତ ସୁଦୀପ୍ତ ରାୟ ଥିବାବେଳେ ଅପରପକ୍ଷରେ ରହିଛନ୍ତି ଅପରାଜିତାଙ୍କ ଅନୁଗତ ବିଶ୍ୱରଞ୍ଜନ ବଡ଼ଜେନା  । 

    ବିଜେପି ଦୁଇ ଫାଳ ହେବାର ପ୍ରଭାବ ଗତ ପୌର ଓ ପଂଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି  । ଅପରାଜିତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ସତ୍ୱେ ସାଂଗଠନିକ ବିବାଦ କାରଣରୁ ବିଜେପି ଆଶାନୁରୂପକ ଫଳ ପାଇନଥିଲା  । ଆଗାମୀ ଦିନରେ ବିଜେପି ସଂଗଠନ କେଉଁ ମୋଡ଼ ନେଉଛି ତାହାଉପରେ ଏବେ ସମସ୍ତଙ୍କ ନଜର ରହିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook