Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆପ ଯିବେ ଅପରାଜିତା ! ଖବରକୁ ନେଇ ରାଗିଲେ ସାଂସଦ

    Share on :
    ajab-Image
    Date: Apr 24, 2022    Views: 33889

    ଭୁବନେଶ୍ୱର : ସମ୍ପ୍ରତି କେତେକ ଗଣମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆମ ଆଦମୀ ପାର୍ଟି ଯିବେ ବୋଲି ଚର୍ଚ୍ଚା ହେଉଛି  । ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ଦିଲ୍ଲୀପ ରାୟ ଓ ଅପରାଜିତାଙ୍କ ଭଳି କେତେକ ନେତା ଓ ନେତ୍ରୀ ଆପରେ ଯୋଗଦେବା ସହ ୨୦୨୪ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବେ ବୋଲି ଉଡ଼ାଖବର ଘୁରିବୁଲୁଛି  । ତେବେ ଏଭଳି ଉଡ଼ା ଖବରକୁ ନେଇ ଫିଡ଼ିକି ଯାଇଛନ୍ତି ସାଂସଦ  ।

    ଫେସବୁକରେ ଏଭଳି ଖବରକୁ ସାଂସଦଙ୍କ ସମର୍ଥକମାନେ କାଉଂଟର କରିଛନ୍ତି  । ଅପରାଜିତା ଷଡ଼ଙ୍ଗୀ ଫ୍ୟାନ କ୍ଲବରେ ଏନେଇ କୁହାଯାଇଛିଯେ, ବିଗତ ଅଠଚାଳିଶ ଘଂଟା ମଧ୍ୟରେ କିଛି ଗଣମାଧ୍ୟମ ଦ୍ୱାରା ସତ୍ୟ ଆଧାରିତ ନଥିବା ଖବର ପ୍ରକାଶ ପାଇଛି  । (ସୂଚନାଯୋଗ୍ୟଯେ, କେତେକ ଗଣମାଧ୍ୟମରେ ଅପରାଜିତା ବିଜେପିରେ ଅଣନିଃଶ୍ୱାସୀ ହୋଇଯାଇଥିବାରୁ ଆମ ଆଦମୀ ପାର୍ଟିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇଛି  ।)

    ହଠାତ କେତେକ ନିର୍ଦ୍ଧିଷ୍ଟ ୱେବଚ୍ୟାନେଲ ଓ ୟୁଟୁ୍ୟବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ତଥ୍ୟ ଓ ସତ୍ୟ ଠାରୁ ବହୁ ଦୂରରେ  । ଏହାପଛରେ କାହାର ମନ୍ଦ ଉଦେ୍ଧଶ୍ୟ ରହିନାହିଁ କି ? ସେହିପରି କିଏ ସେହି ବ୍ୟକ୍ତି ବା ଅନୁଷ୍ଠାନ ? ବୋଲି ମଧ୍ୟ ତାଙ୍କର ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି  । ଏହି ବିଫଳ ପ୍ରୟାସ ଦ୍ୱାରା ଅପରାଜିତାଙ୍କ ଲୋକପ୍ରିୟତା ବଢ଼ିଥିବାବେଳେ ଚ୍ୟାନେଲ ପଛରେ ରହି ଖବର ପରିବେଷଣ କରୁଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦିଆଯାଇଛି  । ଅପରାଜିତାଙ୍କ ସମର୍ଥକମାନେ ଏଭଳି ତାତ୍ସଲ୍ୟ କରିଛନ୍ତି  ।

    ଅପରାଜିତା ଆପ ଯିବେ କି ନାହିଁ ତ ଅଲଗା କଥା, କିନ୍ତୁ କାଳିଗାଈର ଭିନ୍ନ ଗୋଠ ଭଳି ଅପରାଜିତା ଏବେ ବିଜେପି ଶିବିରରେ ପ୍ରାୟତଃ ଏକଘରକିଆ ହୋଇଯାଇଛନ୍ତି  । ଦଳର ସଭାପତିଙ୍କ ଠାରୁ ନେଇ ବହୁ ବରିଷ୍ଠ ନେତାମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି  । ଏହାକୁ ଅପରାଜିତା ମିଥ୍ୟା ଖବର ବା ତଥ୍ୟଭିତିକ ନୁହେଁ ବୋଲି କହିପାରିବେ ନାହିଁ  ।

    Maximum 500 characters

    ତାଜା ଖବର View all

    Find Us on Facebook