Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗୁଜୁରାଟରେ ଦିନବେଳେ ସଭାକୁ ଯାଆନ୍ତିନାହିଁ ଯୁବକ : ଅପରାଜିତା

    Share on :
    ajab-Image
    Date: Sep 8, 2021    Views: 4404

    ଭୁବନେଶ୍ୱର : ଆମର ଯୁବକମାନଙ୍କ ପାଖରେ ନିଯୁକ୍ତିର ସୁଯୋଗ ନାହିଁ  । ତେଣୁ ଦିନବେଳେ ଯୁବକମାନେ ତାସ ଖେଳନ୍ତି  । କିନ୍ତୁ ଗୁଜୁରାଟର ସ୍ଥିତି ଭିନ୍ନ  । ସେଠାରେ ଦିନବେଳେ ସଭାକୁ ଯୁବକମାନେ ଯାଆନ୍ତି ନାହିଁ  । ଏଭଳି କଥା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ।

    ୟୂଥ ଫର ଆକ୍ସନର ଏକ ଯୁବ ଜାଗରଣ ସମାବେଶରେ ଅପରାଜିତା କହିଛନ୍ତିଯେ, ଆମ ବ୍ୟବସ୍ଥାର ଦୋଷ ପାଇଁ ପିଲାମାନେ ଚାକିରୀ ପାଉନାହାନ୍ତି  । ତେଣୁ ସୁରଟ ବା ବାହାର ରାଜ୍ୟକୁ ସେମାନେ ଚାକିରୀ ପାଇଁ ଯାଉଛନ୍ତି  । ଏକଦା ସେ ଗୁଜୁରାଟର ଏକ ସମାବେଶକୁ ଯିବାପାଇଁ ନିମନ୍ତ୍ରଣ ପାଇଥିଲେ  । ତେବେ ସମାବେଶ ରାତିରେ ହେବାର ଥିବାରୁ ସେ ଦିନରେ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ  । କିନ୍ତୁ ଯୁବକମାନେ ଦିନରେ ସମାବେଶକୁ ଆସିବେ ନାହିଁ, ତେଣୁ ରାତିରେ ହିଁ ସମାବେଶ କରାଯିବ ବୋଲି ଆୟୋଜକମାନେ କହିଥିଲେ  । ତେଣୁ ଆମ ଯୁବକମାନେ ଦିନରେ କାହିଁକି ସମାବେଶକୁ ଆସିବେ ବୋଲି ସେ ପ୍ରଶ୍ନ କରିଥିଲେ  ।
    ସେହିପରି  ପ୍ରତିଦିନ ମୁଁ ୫୦୦ ଲୋକଙ୍କୁ ଭେଟିବି  । ସେମାନଙ୍କ ଜୀବନ ସହ ନିଜକୁ ଯୋଡ଼ିବି  । କୌଣସି ପଦପଦବୀ ପାଇଁ ନୁହେଁ, ସମସ୍ତଙ୍କ ସାଙ୍ଗରେ ଯୋଡ଼ିହେବା ପାଇଁ ମୁଁ ସଂକଳ୍ପ ନେଇଛି  । ବେଗୁନିଆରେ ଆୟୋଜିତ ଯୁବ ଜାଗରଣ ସମାବେଶରେ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

    ଅପରାଜିତା କହିଛନ୍ତିଯେ, ଲୋକଙ୍କ ସହ ଯୋଡ଼ି ହେବା ପାଇଁ ସେ ଚାକିରୀ ଛାଡ଼ି ରାଜନୀତିକୁ ଆସିଛନ୍ତି  । ସେ ପ୍ରତିଦିନ ୫୦୦ ଲୋକଙ୍କୁ ଭେଟିବା ପାଇଁ ଚାହାନ୍ତି  । ଯେଉଁଥିପାଇଁ ସେ ପ୍ରତିଦିନ ନିର୍ବାଚନମଣ୍ଡଳୀ ଗସ୍ତ କରି ଲୋକଙ୍କୁ ଭେଟୁଛନ୍ତି  । ଖାଲି ଭେଟୁନାହାନ୍ତି ବରଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ଚାହୁଁଛନ୍ତି  । ମୋର ଟିମ, ମୋର ପରିବାର ଏକ ଠିକ ସମାଜ ଗଢ଼ିବା ଓ ଆମ ରାଜ୍ୟକୁ ବିକଶିତ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି  । କୌଣସି ପଦବୀ ପାଇଁ ତାଙ୍କର ଲୋଭ ନାହିଁ, କେବଳ ଭଲ ସମାଜ ଗଠନ ହିଁ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି  । ସେହିପରି ଭୁବନେଶ୍ୱରରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗୃହିଣୀଙ୍କୁ ନେଇ ଚାଲ ଆମ ଭୁବନେଶ୍ୱରକୁ ଜାଣିବା ବୋଲି ଅଭିଯାନ ଆରମ୍ଭ ହୋଇଛି  । ଭୁବନେଶ୍ୱରର ସାଂସଦ ହୋଇଥିବାରୁ ସେ ଗର୍ବିତ  । ଭୁବନେଶ୍ୱର ମନ୍ଦିରମାଳିନୀ ସହର  । ତେଣୁ ରାଜଧାନୀରେ ଐତିହ୍ୟ ଯାତ୍ରା ଆରମ୍ଭ କରାଯାଇଛି  । ପ୍ରତି ୭ ଦିନରେ ଥରେ ବିଭିନ୍ନ ମନ୍ଦିର ଚାଲିବାକୁ ଯୋଜନା କରାଯାଇଛି  । ସକରାତ୍ମକ ରାଜନୀତିରେ ସେ ବିଶ୍ୱାସ କରନ୍ତି, ବିକାଶ ରାଜନୀତିରେ ସେ ବିକାଶ କରନ୍ତି ଓ ଜନ ଆନେ୍ଦାଳନରେ ସେ ବିଶ୍ୱାସ କରନ୍ତି ବୋଲି ଅପରାଜିତା କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook