Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୯ କୋଟିର ନାଗେଶ୍ୱରଟାଙ୍ଗି ପିଏସଏସ ଉଦ୍‌ଘାଟନ କଲେ ଅପରାଜିତା

    Share on :
    ajab-Image
    Date: Apr 13, 2026    Views: 2810

    ଭୁବନେଶ୍ୱର: ଘଟିଛି ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ। ପୂରଣ ହୋଇଛି ପୁରୁଣା ଭୁବନେଶ୍ୱର ,ନାଗେଶ୍ୱରଟାଙ୍ଗି ଅଞ୍ଚଳ ବାସିନ୍ଦାଙ୍କ ଦାବୀ। ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଦ୍ୱାରା ODSSP Phase-IV ଅଧୀନରେ ନୂତନ ନାଗେଶ୍ୱରଟାଙ୍ଗି ପ୍ରାଇମେରୀ ସବ୍‌ଷ୍ଟେସନ୍ (PSS) କୁ ସଫଳତାର ସହିତ ଚାଲୁ କରାଯାଇଛି। ରବିବାର ଏହାର ଉଦ୍‌ଘାଟନ ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ସାରଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗେଶ୍ୱରଟାଙ୍ଗି ପିଏସଏସ ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ପୁରୁଣା ଭୁବନେଶ୍ୱର ସହରର ବିଦ୍ୟୁତ୍ ଢାଞ୍ଚାକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେବ ବୋଲି କହିଛନ୍ତି ଅପରାଜିତା।

    ଏଠାରେ ସୂଚନା ଯୋଗ୍ୟ କି ୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି 2x8 MVA, 33/11 kV କ୍ଷମତାର ସବ୍‌ଷ୍ଟେସନ୍‌ଟି ବଡ଼ଗଡା PSS ଠାରୁ ନିର୍ଦ୍ଦିଷ୍ଟ 33 kV ଅଣ୍ଡରଗ୍ରାଉଣ୍ଡ ସୋର୍ସ ସହିତ ସଂଯୁକ୍ତ। ସବ୍‌ଷ୍ଟେସନ୍‌ରେ ୫ଟି 11 kV ଆଉଟଗୋଇଂ ଫିଡର୍ ବ୍ୟବସ୍ଥା ରହିଛି, ଯାହା ମାଧ୍ୟମରେ ପ୍ରମୁଖ ଅଞ୍ଚଳଗୁଡ଼ିକୁ ନିର୍ଭରଯୋଗ୍ୟ ଓ ସୁନିଶ୍ଚିତ ବିଦ୍ୟୁତ୍ ଯୋଗାଣ ହେବାର ବ୍ୟବସ୍ଥା କରାଯାଇଛି।ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିବା ସହିତ ପୁର୍ବରୁ ଥିବା ଲୋ ଭୋଲ୍ଟେଜ୍ ଓ ବାରମ୍ବାର ବିଦ୍ୟୁତ୍ ବିଚ୍ଛିନ୍ନତା ସମସ୍ୟା ର ଏବେ ଏକପ୍ରକାର ସ୍ଥାୟୀ ସମାଧାନ । ଏହା ଚାଲୁ ହେବା ଦ୍ବାରା ଅଞ୍ଚଳବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ରେ ବହୁତ ସହାୟକ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ନାଗେଶ୍ୱରଟାଙ୍ଗି ପିଏସଏସ ଚାଲୁ ହେବା ସହିତ ବର୍ତ୍ତମାନ ଅତ୍ୟଧିକ ଭାର ବହନ କରୁଥିବା ବଡ଼ଗଡା PSS ଉପରେ ଚାପ କମିବ ଏବଂ ଫିଡର୍ ବିଭାଜନ ମାଧ୍ୟମରେ ଲୋଡ୍ ମ୍ୟାନେଜମେଣ୍ଟ ଉନ୍ନତ ହେବ। ଏହା ଦ୍ୱାରା ଗୌତମ ନଗର, ନାଗେଶ୍ୱରଟାଙ୍ଗି, ଲୁଇସ୍ ରୋଡ୍, ଗୌରୀ ନଗର, ରାମେଶ୍ୱରପଟ୍ଣା ଓ ରଥ ରୋଡ୍ ସହିତ ପ୍ରାୟ ୬,୫୦୦ ରୁ ଅଧିକ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସୁବିଧା ମିଳିବ।ଏହାସହିତ ଲିଙ୍ଗରାଜ ମନ୍ଦିର, ମାଉସିମା ମନ୍ଦିର ଓ କେଦାରଗୌରୀ ମନ୍ଦିର ଭଳି ପ୍ରମୁଖ ଧାର୍ମିକ ସ୍ଥାନଗୁଡ଼ିକୁ ଅବିରତ ଓ ସ୍ଥିର ବିଦ୍ୟୁତ୍ ଯୋଗାଣ ନିଶ୍ଚିତ ହେବ, ଯାହା ଅଧିକ ଭିଡ଼ ଥିବା ଅଞ୍ଚଳଗୁଡ଼ିକରେ ଅଧିକ ସୁବିଧା ଯୋଗାଇବାରେ ସହାୟକ ହେବ।

    ଏହି ଅବସରରେ ଟାଟା ପାୱାର ର ସିଇଓ ଅରବିନ୍ଦ ସିଂହ ,ସ୍ଥାନୀୟ ୫୫ ନମ୍ବର ୱାର୍ଡ କର୍ପୋରେଟର ନୃପେଶ ନାୟକ,ଏକାମ୍ର ନିର୍ବାଚନମଣ୍ଡଳୀର ସାଂସଦ ପ୍ରତିନିଧି ସଂଯୋଗ ରାଉତରାୟ ପୂର୍ବତନ କର୍ପୋରେଟର ପ୍ରମୋଦ ମହାନ୍ତି,ବିଜେପି ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର,ବିଜେପି କର୍ମୀ ସିଦ୍ଧାନ୍ତ ଦାସଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଶତାଧିକ ସ୍ଥାନୀୟ ନିବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଖୁସି ବ୍ୟକ୍ତ କରିଥିଲେ। ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶାରେ ବିଦ୍ୟୁତ୍ ଢାଞ୍ଚାକୁ ସୁଦୃଢ କରିବା ଏବଂ ଗ୍ରାହକ ସନ୍ତୋଷ ବୃଦ୍ଧି ପାଇଁ ନିର୍ଭରଯୋଗ୍ୟ ଓ କାର୍ଯ୍ୟକ୍ଷମ ବିଦ୍ୟୁତ୍ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି ବୋଲି କହିଥିଲେ ଟାଟା ପାୱାର ର ସିଇଓ ଅରବିନ୍ଦ ସିଂହ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook