Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଶାନ୍ତଙ୍କ ପରିବାରକୁ ଭେଟିଲେ ଅପରାଜିତା

    Share on :
    ajab-Image
    Date: Apr 23, 2025    Views: 3267

    ଭୁବନେଶ୍ୱର: ଜମ୍ମୁକାଶ୍ମୀର ପେହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରୀକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ସାଂସଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରି ନଥିଲେ ପ୍ରଶାନ୍ତଙ୍କ ପତ୍ନୀ । ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିବା ସହ ସେହି ଛାତିଥରା ଘଟଣା କିପରି ଥିଲା ତାହା ବଖାଣିଛନ୍ତି । ସାଂସଦ ପରିବାର ସଦସ୍ୟଙ୍କୁ ଧର୍ୟ୍ୟ ଧରିବା ପାଇଁ କହିବା ସହ ସମବେଦନା ଜଣାଇଛନ୍ତି । ଏହି ସମୟର ଭାବପୂର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରିବା ସହ ମହାପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

    ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବାବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ, ଯେଉଁଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସୂଚନା ଦେଇଛି।

    ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ସମ୍ପର୍କରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ କହିଛନ୍ତି ଯେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ। ମୋ ସ୍ବାମୀଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook