Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ,କେଉଁଥିରେ ଜାଣନ୍ତୁ

    Share on :
    ajab-Image
    Date: Sep 9, 2023    Views: 3542

    ଭୁବନେଶ୍ୱର:  ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ । ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଞ୍ଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । ଗତ ଗୁରୁବାର ଘଟଣା ସ୍ଥଳକୁ ଯାଇ ଜବରଦଖଲ ହୋଇଥିବା କେନାଲ ଖୋଳିଥିଲେ ସାଂସଦ ।

    ସାଂସଦଙ୍କ ଅଭିଯୋଗ ମୁତାବକ, ଏହି ଅଞ୍ଚଳରେ ୧୫୦ ଏକର ଚାଷ ଜମି କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଛନ୍ତି । ଏହି ଜମି ଦେଇ କେନାଲ୍‌ ଯାଇଛି । ଯାହା ଫଳରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଦୁଇ ବର୍ଷ ହେଲା ଚାଷ ଜମି ଜଳସେଚିତ ହୋଇ ପାରୁ ନାହିଁ । ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପାଣି ଆସିପାରୁନଥିବାରୁ ଚାଷ ହୋଇ ପାରୁନାହିଁ । ଏଭଳି ଅଭିଯୋଗ ଆସିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ । କିନ୍ତୁ କୌଣସି ଉତ୍ତର ଆସିନଥିଲା କିମ୍ବା ଜଳସେଚନ ବିଭାଗକୁ ଏହି ମର୍ମରେ କୌଣସି ନିର୍ଦ୍ଦେଶ ମଧ୍ୟ ଦିଆଯାଇନଥିଲା ।

    ଫଳରେ ସେ ଜନସ୍ବାର୍ଥ ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହ କେନାଲ ଖୋଳି ଜଳସେଚନ ବ୍ୟବସ୍ଥା କରିଥିବା କହିଛନ୍ତି । ଯେଉଁ ଜମିରେ ବାଡ଼ ଘେରାଯାଇଛି ସେଥିରୁ କିଛି କିଣା ଯାଇଥିବା ବେଳେ କେତେକ ସରକାରୀ ଜମି, ଜଙ୍ଗଲ ଜମି, ଧବଳେଶ୍ବର ଦେବଙ୍କ ଜମି ରହିଛି । ବଳପୂର୍ବକ ଭାବେ କେନାଲ ପୋତି ଦିଆଯାଇଛି। ସାଧାରଣ ଲୋକଙ୍କୁ ଭୟଭୀତ କରି ଜମି କିଣି ନିଆଯାଇଛି । ପ୍ରାୟ ୧୫୦ ଏକର ଜାଗା ତାରବାଡ଼ ଘେରାଯାଇଛି। ଚାଷୀଙ୍କ ଜମିକୁ ପାଣି ଯାଉଥିବା ନାଳ ଏହି ତାର ବାଡ଼ ଆବଦ୍ଧ କ୍ଷେତ୍ରରେ ରହିଛି। ଏ ନେଇ ଚାଷୀମାନେ ସାଂସଦଙ୍କୁ ଅଭିଯୋଗ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook