Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପିସି ମାଗି ବିଦା ହେଲେ ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି

    Share on :
    ajab-Image
    Date: Aug 6, 2022    Views: 3134

    ଖୋର୍ଦ୍ଧା: ପିସି ମାଗିବା ଅଭିଯୋଗରେ ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି । ୩ ଲକ୍ଷର କାମ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ୩୦ ହଜାର ଟଙ୍କା ପିସି ଦାବି କରିଥିଲେ । ଏହି ଘଟଣା ଜଣାପଡିବା ପରେ ସାଂସଦଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରଦୋଷଙ୍କୁ ପ୍ରତିନିଧି ପଦରୁ ବାହାର କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି ।

    ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ୱାର୍କ ଅର୍ଡର ଆସିଥିଲା । ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ସେ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ । ଏନେଇ ଅଭିଯୋଗ ପରେ ସେ ବିଦା ହୋଇଛନ୍ତି । ତେବେ ବିକାଶର କଥା କହୁଥିବା ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧିଙ୍କ ଏହି ପିସି ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

    Maximum 500 characters

    ତାଜା ଖବର View all

    Find Us on Facebook