Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆମେ ସମସ୍ତେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା କଥା: ଅପରାଜିତା

    Share on :
    ajab-Image
    Date: Jun 19, 2022    Views: 4591

    ବିକ୍ଷୋଭକୁ ବିରୋଧୀ ଉସକାଉଛନ୍ତି 
    ଭୁବନେଶ୍ୱର : ‘ଅଗ୍ନିପଥ’ ଏକ ଭଲ ଯୋଜନା। ଏହାକୁ କାର୍ୟ୍ୟକାରୀ କରିବାକୁ ସମସ୍ତେ ସହଯୋଗ କରିବା କଥା। କିନ୍ତୁ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭକାରୀଙ୍କୁ ଏହା ବିରୋଧରେ ଉସୁକାଉଛନ୍ତି।  ‘ଅଗ୍ନିପଥ’ ଯୋଜନା ଉପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଗ୍ନିପଥ ବିରୋଧରେ ଦେଶରେ ଯେଉଁ ପ୍ରକାର ବିକ୍ଷୋଭ ଚାଲିଛି, ତାହା ସ୍ୱତ୍ତଃସ୍ଫୁତ ଭାବେ ଚାଲୁ ନାହିଁ ବୋଲି କହିଛନ୍ତି ଅପରାଜିତା । ସେ କହିଛନ୍ତି, “ ଏହାକୁ କେଉଁଠି ନା କେଉଁଠି ବିରୋଧୀ ଦଳ ଉସକାଉଛନ୍ତି । ଯେଉଁମାନେ ବିରୋଧ କରୁଛି ସେମାନେ ତାଙ୍କ କଥା ଶାନ୍ତ ମନରେ କୁହନ୍ତୁ । କେନ୍ଦ୍ର ସରକାର ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ । ଆମେ ସମସ୍ତେ ସମସ୍ୟାର ସମାଧାନ ଚାହୁଁଛୁ । ଆମେ ତମ ସାଙ୍ଗରେ ଠିଆ ହୋଇଛୁ। “
    ସେ କହିଛନ୍ତି, ଦେଶର ନାଗରିକ ଭାବେ କହିବି, ଅଗ୍ନିପଥ ଯୋଜନା ବହୁତ ଭଲ ଯୋଜନା । ଆଉ ବହୁତ ଭଲ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଏହି ଯୋଜନା ଆଣିଛନ୍ତି । ଆମେ ସମସ୍ତେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା କଥା । ବିଭିନ୍ନ ଜାଗାରେ ହିଂସା ଘଟଣା ଆମେ ଦେଖୁଛୁ । ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କୁହାଯିବ । ଯୋଜନାକୁ କାର୍ୟ୍ୟକାରୀ କରିବା ଏକ ସାମୂହିକ ଦାୟିତ୍ବ। ଉଭୟ ବିରୋଧୀ ଓ ଶାସକଙ୍କ ସହ ବିଭିନ୍ନ ବର୍ଗର ଲୋକ ମିଳିତ ଭାବେ ଏଥିନିମନ୍ତେ ଉଦ୍ୟମ କରିବା କଥା । ପିଲାଙ୍କୁ ବୁଝାଇବା କଥା । ଅବସରପ୍ରାପ୍ତ ସେନାଧିକାରୀଙ୍କ ଠାରୁ ନେଇ କାର୍ୟ୍ୟରତ ସେନାଧିକାରୀଙ୍କ ପରାମର୍ଶ ଓ ବିଭିନ୍ନ ଦେଶର ମଡେଲକୁ ଦୃଷ୍ଟିରେ ରଖି ଅଗ୍ନିପଥ ଯୋଜନା ଲାଗୁ କରିବା ଲାଗି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

     

    Maximum 500 characters

    ରାଜନୀତି View all

    Find Us on Facebook