ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କ ସଂସଦୀୟ କ୍ଷେତ୍ରରେ ୪ଟି ପ୍ରକଳ୍ପ କାର୍ୟ୍ୟକ୍ଷମ ପାଇଁ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମସ୍ତ ୪ଟି ପ୍ରକଳ୍ପ ପାଇଁ ଆବଶ୍ୟକ କାର୍ୟ୍ୟ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମା’ ଉଗ୍ରତାରା ପୀଠର ବିକାଶ ଓ ଜଟଣୀ ତହସିଲର ବିଂଝଗିରିଠାରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଜମି, ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ପଳାସୁଣୀକୁ ସ୍ଥାନାନ୍ତର ଏବଂ ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ଣ୍ଣ ଆର୍ଟର ଆଂଚଳିକ ଶାଖା ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଭଳି ୪ଟି ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।
Comments ସମସ୍ତ ମତାମତ