ମୁଖ୍ୟ ଖବର
ଭୁବନେଶ୍ୱର: ଶନିବାର ଦିନ ଆରମ୍ଭ ହୋଇଛି ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ, ଶରଧାପୁର ଠାରୁ ପିତା ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ କାମ। ୨କୋଟି ୭୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆସନ୍ତା ୩ ମାସ ମଧ୍ୟରେ ସମ୍ପନ୍ନ ହେବାକୁ ଥିବା ବେଳେ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଦ୍ଵାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।ଏହି ଅବସରରେ ମୋଦୀ ଜି ଙ୍କ ସୁଶାସନ ମଡେଲ କୁ ସାଢ଼େ ଚାରି କୋଟି ଭାରତୀୟ ପସନ୍ଦ କରୁଥିବା ବେଳେ,ବର୍ତ୍ତମାନ ଓଡ଼ିଶା ,ବେଙ୍ଗଲ ସମେତ ୨୧ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍ ଡି ଏ ଶାସନ କରୁଥିବା ନେଇ କହିଛନ୍ତି ସାଂସଦ। ଏଥିସହିତ ରାଜ୍ୟରେ ଚାଲୁଥିବା ଡବଲ ଇଞ୍ଜିନ ସରକାର ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ହେଉଥିବା ଦର୍ଶାଇଥିଲେ ଅପରାଜିତା। "ବିକାଶ ଓ ସେବା ର କୌଣସି ଦଳ ନଥାଏ" କହି ଆଗାମୀ ଦିନରେ ଭୁବନେଶ୍ୱର ଭଳି ଖୋର୍ଦ୍ଧା ମୁନସିପାଲଟି କୁ ସର୍ବାଙ୍ଗ ସୁନ୍ଦର କରିବାକୁ ଆହ୍ୱାନ ଦେଇଥିଲେ ସାଂସଦ।
ଅନ୍ୟପଟେ ଖୁବ୍ କମ ସମୟ ମଧ୍ୟରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୮୩୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଯାଉଥିବା ,ରାମେଶ୍ୱର ଟାଙ୍ଗୀ ଠାରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ୧୧୧କିଲୋମିଟରର , ୬ ଲେନ୍ ବିଶିଷ୍ଟ ରିଂ ରୋଡ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଏହାର କାମ ସରିବା ନେଇ ସୂଚନା ଦେଇଛନ୍ତି ସାଂସଦ। ତେବେ ସମସ୍ତ କାର୍ଯ୍ୟ ଲୋକ ମାନଙ୍କ ମତାମତ ନେଇ କରାଯାଉଥିବା ବେଳେ, ସୁଶାସନ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପ୍ରତ୍ୟେକ ମାସେ,ଦୁଇମାସ ରେ ଅଭିଯୋଗ ଶୁଣାଣି କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଏହି ଅବସରରେ ୧୫୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚାଲୁଥିବା ଖୋର୍ଦ୍ଧା ବାଇପାସ୍ ରୋଡ କାର୍ଯ୍ୟ ସଠିକ୍ ସମୟରେ ସମ୍ପନ୍ନ ହେବ ବୋଲି କହିବା ସହିତ କୌଣସି ସ୍ଥାନରେ ବିସ୍ଥାପନ ସମସ୍ୟା ସୃଷ୍ଟି ହେଲେ ପ୍ରଥମେ ଥଇଥାନ ଓ ପରେ ବିକାଶ କାମ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ସାଂସଦ।
ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ବିଧାୟକ ଜିତୁ ମିତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ୍ ସିଂ,ପୌରାଧକ୍ଷ୍ୟା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି,ଜାତୀୟ ରାଜପଥ ବିଭାଗ ର ବରିଷ୍ଠ ଅଧିକାରୀ ପି.କେ.ପ୍ରଧାନ,ଖୋର୍ଦ୍ଧା ସାଂସଦ ପ୍ରତିନିଧି ଦୀପୁ ହୋତା,ନିକୁଞ୍ଜ ପଟ୍ଟନାୟକ, ରଶ୍ମି ରଞ୍ଜନ ମହାପାତ୍ର,ପ୍ରକାଶ ସାମନ୍ତରାୟ,ବାସନ୍ତୀ ମହାପାତ୍ର, ପ୍ରଫୁଲ୍ଲ ଦଳାଇ, ବିଭୁ ପ୍ରସାଦ ବଳିୟାରସିଂହ,ଚାଇନା ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ