Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବେଗୁନିଆରେ ସାଂସଦ ଅପରାଜିତାଙ୍କ ବିଶାଳ ସମାବେଶ

    Share on :
    ajab-Image
    Date: May 8, 2025    Views: 3449

    ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ  ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ହୋଇଯାଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା । ଯେଉଁଥିରେ ବେଗୁନିଆର ଶତାଧିକ ନେତା ଓ ରାଜନୈତିକ କର୍ମୀ, ସମିତି ସଭ୍ୟ ପ୍ରକାଶ ବଳିୟାରସିଂଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ଆଇନଜୀବୀ, ଯୁବନେତା, ମହିଳା ମୋର୍ଚ୍ଚାର ଅନେକ ନେତା ମଧ୍ୟ ପଦ୍ମ ଧରିଥିବା ଦେଖିବାକୁ ମିଳିଛି । ୩ ହଜାରରୁ ଅଧିକ ଲୋକଙ୍କୁ ନେଇ ବେଗୁନିଆ ପୋଷ୍ଟ ଅଫିସ ଠାରୁ ସାଂସଦ ଅପରାଜିତାଙ୍କୁ ସ୍ବାଗତ କରିଥିଲା ଏକ ବିଶାଳ ପଦଯାତ୍ରା । ବେଗୁନିଆ ମିନି ଷ୍ଟାଡିୟମ ପର୍ୟ୍ୟନ୍ତ ବିଶାଳ ପଦଯାତ୍ରାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଛୋଟି ନେବା ପରେ ଆୟୋଜନ ହୋଇଥିଲା ରାଜନୈତିକ ସଭା  ଓ ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ  ୮ ହଜାରରୁ ଅଧିକ ଲୋକ, ଖରାକୁ ଖାତିର ନକରି ଯୋଗ ଦେଇଥିଲେ । ବିଜେପିରେ ସାମିଲ ହୋଇଥିବା ପ୍ରତ୍ୟକ ନେତା ଓ କର୍ମୀଙ୍କୁ ଭୁବନେଶ୍ବର ସାଂସଦ ଦଳୀୟ ଉପଢୌକନ ଓ ଟୋପି ଦେଇ ଦଳକୁ ସ୍ବାଗତ କରିଥିଲେ । ଏହି ଅବସରରେ ବିଜେପିକୁ ଆସିଥିବା ସମସ୍ତ ନେତା ଓ କର୍ମୀ ଏବଂ ସମବେତ ହଜାର ହଜାର ଜନତାଙ୍କୁ ରାଜନୀତିର ପରିଭାଷା ବୁଝାଇଥିଲେ ସାଂସଦ ଅପରାଜିତା । ସାଂସଦ ଅପରାଜିତା କହିଥିଲେ, ରାଜନୀତିରେ ମୋର ମୂଳମନ୍ତ୍ର ହେଉଛି ପ୍ରଥମେ ବିକାଶ, ଦ୍ବିତୀୟରେ ସେବା, ତୃତୀୟରେ ଅଭିଯୋଗ ଶୁଣାଣି ଏବଂ ଚତୁର୍ଥରେ ଏହାର ସମାଧାନ  । ଏହି ତିନୋଟି ଜିନିଷ ମୋତେ ରାଜନୀତି ଶିଖାଇଛି ବୋଲି ଜୋର୍ ଦେଇ ଜନତାଙ୍କ ଆଗରେ ମତ ରଖିଥିଲେ ଅପରାଜିତା । ଏହାକୁ ଆଧାର କରି ମୁଁ ଆଜି ମଧ୍ୟ ରାଜନୀତି ମୈଦାନରେ ଚାଲୁଛି । ଏହା ମୋର ରାଜନୀତିର ପରିଭାଷା, ଲୋକମାନେ ପଚାରନ୍ତି ମାଡାମ ଆପଣ ଏତେ ସାହସ କେଉଁଠୁ ପାଅନ୍ତି, ମୁଁ କହେ ସାଧାରଣ ମାଆ ମାଉସୀଙ୍କ ହୁଳହୁଳି ଓ କରତାଳି, ବଡ଼ ଭାଇମାନଙ୍କ ସମର୍ଥନ ହିଁ ମୋତେ ବଳଯୋଗାଏ । ୨୦୧୯ରୁ ପ୍ରଥମ ଥର ନିର୍ବାଚିତ ହେବା ପରେ ମୁଁ ଚିନ୍ତା କରିଥିଲି, ମୋ ସାଂସଦୀୟ କ୍ଷେତ୍ର ମଧ୍ୟରେ କୌଣସି ଲୋକ ଯେପରି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନାରୁ ଯେପରି ବଂଚିତ ନହୁଏ । ସେଥିପାଇଁ ମୁଁ ରାଜ୍ୟ ସରକାର ଓ କେନ୍ଦ୍ରର ଅଧିକାରୀଙ୍କ ସହିତ ଆଲୋଚନା କରି, ଆପଣଙ୍କ ନିକଟରେ ବିଜୁଳି ଆଲୁଅ ପହଁଚି ପାରିନି, ସୌରଶକ୍ତି , ସ୍ବେରେଜ, ପ୍ରତ୍ୟକ ଘରେ ପିଇବା ପାଣି, କଚ୍ଚା ଘରରୁ ପକ୍କା ଘର, ମାଆ ମାଉସୀଙ୍କ ଭତ୍ତା ପହଁଚାଇବାକୁ ଚେଷ୍ଟା କରିଛି  । ଆଜି ମଧ୍ୟ ମୋ ନିର୍ବାଚନ ମଣ୍ଡଳିରେ କେହି କଚ୍ଚା ଘରେ ନରହୁ, ସେ ନେଇ ଉଦ୍ୟମ କରୁଛି  । ଆଜି ବେଗୁନିଆରେ ଆପଣ ଯେଉଁ ଶତାଧିକ ଲୋକ ପଦ୍ମ ଧରିଛନ୍ତି, ବେଗୁନିଆ ଅଂଚଳରେ ଆମର ଶକ୍ତି ବୃଦ୍ଧି କରିଛି  । 
    ବେଗୁନିଆରେ ଏହି ବିଶାଳ ମିଶ୍ରଣ ପର୍ବ ଏବଂ ସଭାରେ ଖୋର୍ଦ୍ଧା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି, ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ବ ରଞ୍ଜନ ବଡ଼ଜେନା, ସାଂସଦଙ୍କ ପ୍ରତିନିଧି ବିଦ୍ୟୁତ କାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook