Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ କରିବା ପାଇଁ ବାଧ୍ୟ :ଅପରାଜିତା

    Share on :
    ajab-Image
    Date: May 27, 2022    Views: 4472

    ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ କରିବା ପାଇଁ ବାଧ୍ୟ । ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ। ଆଉ କିଛି ବାଟ ନାହିଁ ରାଜ୍ୟ ସରକାର ପାଖରେ । ଆମସର ଆକ୍ଟ ୧୯୫୮ ର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି। ସବୁ ଜିନିଷ ପ୍ରାଞ୍ଜଳ ଭାବରେ ଦିଶୁଛି। ସିବିଆଇ ତଦନ୍ତ ହେଲେ କଣ ହେବ। ସମସ୍ତେ ଜାଣିଛନ୍ତି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି।ରାଜ୍ୟ ସରକାର ଏବେ ମ୍ୟାନେଜ କରୁଛନ୍ତି କହିଲେ ଅପରାଜିତାଯଦି ଭୁଲ କରିନଥାନ୍ତେ ତେବେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନିଆଯିବା ପାଇଁ ନିର୍ଣ୍ଣୟ ନେଇନଥାନ୍ତେ। ଶଙ୍କରାଚାର୍ୟ୍ୟ କହି ସାରିବା ପରେ ଓଡିଶାବାସୀ ଅବଗତ ହୋଇଯାଇଛନ୍ତି । ସତ କୁ ମିଛ କହି ପରିବା ନାହିଁ, ମିଛକୁ ସତ ମଧ୍ୟ କହି ପାରିବା ନାହିଁ ।ସାଢେ ଚାରି କୋଟି ଓଡିଆ ଜାଣି ସାରିଲେଣି । ରାଜ୍ୟ ସରକାର ପାଖରେ ନିୟନ୍ତ୍ରଣ ନାହିଁ । କଭର ଅପ କାରିବାକୁ ପଡିବ। ସିବିଆଇ ତଦନ୍ତ ଆବଶ୍ୟକତା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ସଂସଦ ଅପରାଜିତା ଷଡଙ୍ଗୀ ସବୁ ଜିନିଷ ପ୍ରାଞ୍ଜଳ ଭାବରେ ଦିଶୁଛି । ସିବିଆଇ ତଦନ୍ତ କେତେବେଳେ କରାଯାଏ, ଯେତେବେଳେ କୌଣସି ଜିନିଷ ଲୁଚିକରି ରହିଥାଏ । ସିବିଆଇ ତଦନ୍ତ ହେଲେ କଣ ହେବ । ସମସ୍ତେ ଜାଣିଛନ୍ତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ବୋଲି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook