ମୁଖ୍ୟ ଖବର
ଝାରସୁଗୁଡ଼ା: ହମିରପୁର ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ଏଭଳି ଦାବି ଆଉ କେହି ନୁହେଁ, ଏହି ମାମଲାରେ ଗିରଫ ଅନୁପ ସାଏଙ୍କ ପରିବାର ଲୋକେ କରିଛନ୍ତି । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ରାୟଗଡ଼ ଚକ୍ରଧରନଗର ପୁଲିସ ଧମକ ଦେଉଥିବା ଅନୁପ ସାଏଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅନୁପଙ୍କ ପରିବାର ଲୋକେ ଗତକାଲି ରାତିରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଛନ୍ତି । ନ୍ୟାୟ ମିଳିବା ଆଶାରେ ବସିଛୁ ବୋଲି ସେମାନେ କହିଛନ୍ତି ।
ଗତକାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରତ ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଥିଲେ ଯେ, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ୍ କରିବା ସହ ମାନସିକ ନିର୍ୟାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ।
ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି। ଶ୍ରୀ ସାଏ କହିଛନ୍ତି ଯେ ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଆମେ ଏଠାରେ ବସି ରହିବୁ ବୋଲି ଅନୁପଙ୍କ ବଡ ଭାଇ କହିଥିଲେ ଜ୍ଝ
Comments ସମସ୍ତ ମତାମତ