Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିନେ ନାହିଁ କି କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ......

    Share on :
    ajab-Image
    Date: May 20, 2023    Views: 3425

     ଭୁବନେଶ୍ୱର: ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ । ସାବିତ୍ରୀ ବ୍ରତ ଅବସରରେ ଅନୁଭବ ଏଭଳି ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି । ଏହି ପୋଷ୍ଟର ଶୀର୍ଷକ ରହିଛି ‘ରିୟଲ ସାବିତ୍ରୀ ଭର୍ସେସ ଫେକ୍ ସାବିତ୍ରୀ’  । ଅର୍ଥାତ୍ ସତ ସାବିତ୍ରୀ ବନାମ ମିଛ ସାବିତ୍ରୀ । ଏଥିରେ ସେ ଲେଖିଛନ୍ତି ଦିନେ ନାହିଁ କି କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ । ସାବିତ୍ରୀ ପୂଜା ଅବସରରେ ସମସ୍ତ ମହିଳାଙ୍କୁ ବ୍ରତର ଶୁଭେଚ୍ଛା ଜଣାଇବା ଜଣାଇବା ସହ କାହାରି ନାଁ ନନେଇ ଏହିଭଳି ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି ‘ଓ ମାଡାମ୍ ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ ଓଷାର ବହିଟା ପଢନ୍ତୁ । ତାପରେ ସିନ୍ଦୂର ଓ ସ୍ୱାମୀର ଅର୍ଥ ବୁଝିବେ ବୋଲି ଜଣକ ଉଦ୍ଦେଶ୍ୟରେ ଲେଖିଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଯେମିତି ଫେକ୍ ଆଇଡି କରାଯାଉଛି । ସେହିଭଳି କିଛି ଫେକ୍ ସାବିତ୍ରୀ ସାମନାକୁ ଆସିଛନ୍ତି ବୋଲି ଏହି ପୋଷ୍ଟରେ ଲେଖିଛନ୍ତି । ପୋଷ୍ଟର ସବା ଶେଷରେ ଲେଖିଛନ୍ତି ଦେହକୁ ନେବେ ନାହିଁ । ସେପଟେ ଗତକାଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସୋସିଆଲ ମିଡିଆରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook