ମୁଖ୍ୟ ଖବର
ଭୁବନେଶ୍ୱର: ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କେନ୍ଦ୍ରାପଡ଼ା ଥାନାରେ ଏହି ମାମଲା ରୁଜୁ କରାଯାଇଛି । ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ କରାଯାଇଛି । ଆଇପିସିର ଦଫା ୩୪୧, ୩୨୩, ୨୯୪, ୫୦୦ ଓ ୫୦୬ରେ ଏହି ମାମଲା ରୁଜୁ କରାଯାଇଛି । ଗତ ୫ ତାରିଖ ସନ୍ଧ୍ୟାରେ ଅନୁଭବ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ତମାମ ସାମ୍ବାଦିକମାନେ ଘଟଣାର ପ୍ରତିବାଦ କରୁଛନ୍ତି ।
ଏନେଇ ଗତକାଲି ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ । ଖାଲି ସେତିକି ନୁହେଁ ଅନୁଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ
ଦାବି କରିଥିଲେ । ଆଉ ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ବିଧାନସଭା ଏବଂ ଦରକାର ପଡ଼ିଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ଆଣିବାକୁ ମଧ୍ୟ ଦାବି କରିଛନ୍ତି ।
ପ୍ରକାଶ ଯେ, ଗତ ମଙ୍ଗଳବାର ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ । ବୁମ ଠେଲି, ପାଖକୁ ଘୋଷାଡ଼ି ଆଣି ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଅନୁଭବଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଉଛି । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ ଆନେ୍ଦାଳନ ମଧ୍ୟ ଆରମ୍ଭ ହୋଇଛି ।
Comments ସମସ୍ତ ମତାମତ