Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଡ଼ ଖବର: ପଦ୍ମ ଧରିଲେ ଅନୁଭବ

    Share on :
    ajab-Image
    Date: Apr 1, 2024    Views: 3338

    ଭୁବନେଶ୍ୱର: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡି ଛାଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶେଷରେ ପଦ୍ମ ପୋଖରୀକୁ ଡେଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଛନ୍ତି । ୨୦୧୯ରେ ବିଜେପିର ହେଭିଓ୍ବେଟ ବୈଜୟନ୍ତ ପଣ୍ଡାକୁ ପରାଜିତ କରିଥିଲେ ଅନୁଭବ । ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ ଦଳରେ ସେତେଟା ଗୁରୁତ୍ବ ମିଳିନଥିଲା । ଏଥର ତାଙ୍କ ସ୍ଥାନରେ ଦଳ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଦୁଇଦିନ ପୂର୍ବେ ବିଜେଡିରୁ ଇସ୍ତଫା ଦେଇଥିବା ଅନୁଭବ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକେଟରେ ନଜର ଆସିପାରନ୍ତି । କାରଣ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଅନୁଭବ ବିଜେପିରେ ସାମିଲ ହେଲା ପରେ ସେ ଓଡ଼ିଶାର କେଉଁ ଆସନରୁ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

    ପ୍ରକାଶ ଯେ ଗତ ୩୦ ତାରିଖ ଦିନ ଅନୁଭବ ବିଜେଡି ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଥିଲେ । ନିଜ ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ଲେଖିଥିଲେ, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି । ମୋ’ ବାପା ଓ ବଡ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚାଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି । ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡିବି ନାହିଁ ।
    ଅନୁଭବ ଆହୁରି ଲେଖିଥିଲେ, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ । ସବୁ କ୍ଷେତ୍ରରେ ମୋ ଓଡିଶାବାସୀଙ୍କ ପ୍ରତିନିଧିତ୍ୱ କରିବି । ଏଥିପାଇଁ ବିଜେଡି ଛାଡିବା ମୋ ପାଇଁ ଜରୁରୀ ହୋଇପଡିଲା । କେବଳ ବ୍ୟକ୍ତିଗତ ଭାବେ ନୁହେଁ, ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଅନୁଭବ ମହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ତା’ ପୂର୍ବରୁ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook