Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

    Share on :
    ajab-Image
    Date: Feb 17, 2024    Views: 3290

    ଭୁବନେଶ୍ୱର: ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ୟ୍ୟକ୍ରମରେ ହଜାରରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଅଂଶୁମାନଙ୍କୁ ବିଜେଡି ନେତୃବୃନ୍ଦ ଉପଢୌକନ ଦେଇ ସ୍ୱାଗତ କରିଛନ୍ତି । 
    ବିଜେଡିରେ ଯୋଗ ଦେବା ପରେ ଅଂଶୁମାନ ମହାନ୍ତି କହିଛନ୍ତି,  ବିଜେଡିରେ ଯୋଗ ଦେଇ ବାପାଙ୍କ ପୁରୁଣା ପରିବାରକୁ ଫେରି ଆସିଥିବାରୁ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ଏହା ସମ୍ଭବ ହୋଇଛି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନରେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଛି । ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କାମ କରିବି । ରାଜନଗର, ପଟ୍ଟମୁଣ୍ଡାଇର ବିକାଶ ଧାରାକୁ ଦ୍ୱିଗୁଣିତ କରାଯିବ ।"

    Maximum 500 characters

    ରାଜନୀତି View all

    Find Us on Facebook