Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବନ୍ଦ ହେଲା ଆଉ ଏକ ବ୍ୟାଙ୍କ

    Share on :
    ajab-Image
    Date: Mar 14, 2023    Views: 5473

    ଆଦିଲ୍ଲୀ: ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ପରେ ଏବେ ଆମେରିକା ସିଗ୍‌ନେଚର ବ୍ୟାଙ୍କରେ ବି ଝୁଲିଲା ତାଲା । ଅସ୍ଥାୟୀ କାଳ ପାଇଁ ଏହାକୁ ବ୍ୟାଙ୍କ ବନ୍ଦ ହୋଇଛି । ସିଗ୍‌ନେଚର ବ୍ୟାଙ୍କ ନିକଟରେ ପ୍ରଚୁର ପରିମାଣରେ କ୍ରିପ୍ଟୋକରେନ୍ସି ରହିଥିବାରୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ବ୍ୟାଙ୍କକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି ।ସିଗ୍‌ନେଚର ବ୍ୟାଙ୍କ ନ୍ୟୁୟର୍କର ଏକ ବଡ଼ ବିତ୍ତୀୟ ପ୍ରତିଷ୍ଠାନ । ଏହି ବ୍ୟାଙ୍କ ବିଶେଷ ଭାବେ ରିଅଲ ଇଷ୍ଟେଟ୍‌ କମ୍ପାନିଗୁଡ଼ିକୁ ଋଣ ପ୍ରଦାନ କରିଥାଏ । ନିୟାମକ ନିର୍ଦ୍ଦେଶ ପରେ ବ୍ୟାଙ୍କ ପକ୍ଷରୁ ଏହାର ସେବା ବନ୍ଦ ରଖାଯାଇଛି ।
    ନିୟାମକ ସଂସ୍ଥାର କହିବାନୁଯାୟୀ, ବ୍ୟାଙ୍କ ଖୋଲା ରହିଲେ ବିତ୍ତୀୟ ବ୍ୟବସ୍ଥା ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ । ନ୍ୟୁୟର୍କ ଷ୍ଟେଟ୍‌ର ଆର୍ଥିକ ସେବା ବିଭାଗ ଅନୁସାରେ, ଫେଡେରାଲ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ସିଗ୍‌ନେଚର ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି ।
    ବ୍ୟାଙ୍କ ନିକଟରେ ଗତବର୍ଷ ଶେଷ ସୁଦ୍ଧା ୧୧,୦୩୬ କୋଟି ଡଲାରର ସମ୍ପତ୍ତି ଥିଲା । ୟୁଏସ୍‌ ଟ୍ରେଜେରି ବିଭାଗ ଏବଂ ଅନ୍ୟ ବ୍ୟାଙ୍କ ନିୟାମକଗୁଡ଼ିକ ଏକ ଯୁଗ୍ମ ବିବୃତ୍ତିରେ କହିଛନ୍ତି, ସିଗ୍‌ନେଚର ବ୍ୟାଙ୍କ ଏବଂ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ କୌଣସି କ୍ଷତିର ବୋଝ ଟିକସଦାତାଙ୍କ ମୁଣ୍ଡକୁ ଦେବେ ନାହିଁ । ଅନ୍ୟପକ୍ଷରେ, ବ୍ୟାଙ୍କ ବିଫଳ ହେବାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରହିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook