Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

    Share on :
    ajab-Image
    Date: Mar 20, 2026    Views: 2771

    ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ୟ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି।

    ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯ କୋଟି ଟଙ୍କାର ଋଣ ସାମିଲ ଅଛି। ଇତିମଧ୍ୟରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅନିଲଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କର ମୁମ୍ବଇସ୍ଥିତ ବାସଭବନ ଓ ଅନ୍ୟ ସହରରେ ଥିବା କାର୍ୟ୍ୟାଳୟ ଉପରେ ଚଢଉ ମଧ୍ୟ କରାଯାଇଛି। ଇଡି ପକ୍ଷରୁ ଅନିଲଙ୍କ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook