Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରବଳ ଗ୍ରୀଷ୍ମ ପ୍ରବାହ: କଟକ ଜିଲାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

    Share on :
    ajab-Image
    Date: May 22, 2026    Views: 3667

    କଟକ: ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସାମ୍ପ୍ରତିକ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଟକ ଜିଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଗାମୀ ଦୁଇ ଦିନ (ଶୁକ୍ରବାର ଓ ଶନିବାର) ପାଇଁ ବନ୍ଦ ରଖିବାକୁ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।

    ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ସମୟରେ ପାଣିପାଗର ସ୍ଥିତିକୁ ସମୀକ୍ଷା କରାଯିବା ପରେ କେନ୍ଦ୍ରଗୁଡ଼ିକ ଖୋଲିବା ଏବଂ ସମୟ ନିର୍ଦ୍ଧାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

    ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବା ସମୟରେ ଯେପରି ହିତାଧିକାରୀମାନେ ସେବା ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ନିକଟରେ ସେମାନଙ୍କର ଆବଶ୍ୟକୀୟ ଶୁଖିଲା ଖାଦ୍ୟ ସାମଗ୍ରୀ (Ration) ଯେପରି ଘରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବାକୁ ଜିଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook