Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିଶୁଙ୍କ ରକ୍ତହୀନତା ହାର ଜାତୀୟ ହାରଠୁ ଅଧିକ ୧୨ ଜିଲ୍ଲାରେ

    Share on :
    ajab-Image
    Date: Mar 19, 2023    Views: 3429

    ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାରେ ଶିଶୁ(୬-୫୯ ମାସ)ଙ୍କ ରକ୍ତହୀନତା ହାର ଜାତୀୟ ହାରଠାରୁ ଅଧିକ। ଜାତୀୟସ୍ତରରେ ଏହି ବର୍ଗର ଶିଶୁଙ୍କ ରକ୍ତହୀନତା ହାର ୬୭.୧ ପ୍ରତିଶତ ଥିବାବେଳେ ଅନୁଗୁଳ ୭୫.୩, ବଲାଙ୍ଗୀର ୭୪.୯, ବୌଦ୍ଧ ୬୮.୭, କଳାହାଣ୍ଡି ୬୮.୮, କୋରାପୁଟ ୬୯.୭, ମାଲକାନଗିରି ୭୮.୭, ମୟୂରଭଞ୍ଜ ୭୧.୭, ନବରଙ୍ଗପୁର ୭୦.୮, ନୂଆପଡ଼ା ୭୩.୫, ରାୟଗଡ଼ା ୭୦.୫, ସୋନପୁର ୭୩.୧ ଓ ସୁନ୍ଦରଗଡ଼ରେ ୭୭.୧ ପ୍ରତିଶତ ରହିଛି।  ବାଲେଶ୍ବର ଜିଲ୍ଲାରେ ସର୍ବନିମ୍ନ ୪୩.୨ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ଅଟନ୍ତି।

    ତେବେ ଓଡ଼ିଶାର ସାମଗ୍ରୀକ ରକ୍ତହୀନତା ହାର ୬୪.୨ ପ୍ରତିଶତ ରହିଛି।ସେହିପରି ରାଜ୍ୟର ୫ବର୍ଷରୁ କମ୍ ୨୯.୭ ଶିଶୁ କମ୍ ଓଜନ ବିଶିଷ୍ଟ ଥିବା ବେଳେ ଜାତୀୟସ୍ତରରେ ଏହାର ହାର ୩୨.୧ ପ୍ରତିଶତ ରହିଛି। ତେବେ ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ହାର ଜାତୀୟ ହାରଠାରୁ ଅଧିକ ରହିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook