Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ନିବାସରେ ଅନନ୍ତଙ୍କ ଶକ୍ତି ପ୍ରଦର୍ଶନ

    Share on :
    ajab-Image
    Date: Apr 3, 2024    Views: 3054

    ଭୁବନେଶ୍ୱର: ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି । ମଧ୍ୟ ନିର୍ବାଚନୀ ମଣ୍ଡଳୀ ଟିକେଟ୍ ପାଇଁ ଛକାପଞ୍ଝା ଚାଲିଛି । ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ଏହାରି ଭିତରେ ସମର୍ଥକଙ୍କୁ ନେଇ ଅନନ୍ତ ଜେନା ନବୀନ ନିବାସରେ ପହଞ୍ଚିଛନ୍ତି ଆଉ ଶକ୍ତି ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ଭୁବନେଶ୍ୱର ମଧ୍ୟ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ଜଗନ୍ନାଥ ପ୍ରଧାନ । ଅନ୍ୟପଟେ କିନ୍ତୁ ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ଆଉ ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନନ୍ତ ।

    Maximum 500 characters

    ରାଜନୀତି View all

    Find Us on Facebook