Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନନ୍ଦନକାନନରେ ଜନ୍ମ ନେଲେ ୭ଟି ଅନାକୋଣ୍ଡା

    Share on :
    ajab-Image
    Date: Jun 30, 2025    Views: 3775

    ଭୁବନେଶ୍ବର: ଅନାକୋଣ୍ଡା ସାପ କହିଲେ, ପୃଥିବୀର ସବୁଠାରୁ ବୃହତମ ତଥା ଭାୟଙ୍କର ସାପକୁ ବୁଝାଇଥାଏ। ଅନାକୋଣ୍ଡା କହିଲେ, ଏହି ପ୍ରଜାତିର ସାପ କେବଳ ଆଫ୍ରିକାର ଅମାଜନ ନଦୀ ଅବବାହିକାରେ ହିଁ ମିଳନ୍ତି। ଖବ୍ ବିରାଟକାୟ ଏହି ସାପକୁ ନେଇ ମଧ୍ୟ ଅନେକ ଫିଲ୍ମ ନିର୍ମିତ ହୋଇଛି। ଯାହାକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ତେବେ ଏହି ସାପ ନନ୍ଦନକାନନରେ ଅଛି ଓ ଏହି ସାପ ଆଜି ୭ଟି ଛୁଆକୁ ଜନ୍ମ ମଧ୍ୟ ଦେଇଛି। ଯାହା ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।୨୨ ଅକ୍ଟୋବର ୨୦୧୯ ମସିହାରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ଆନାକୋଣ୍ଡା ସାପଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟନକୁ ଅଣାଯାଇଥିଲା। ବିଶେଷକରି ୮ଟି ଅନାକୋଣ୍ଡା ଆସିଥିଲେ। ତେବେ ଏଠାକାର ଜଳବାୟୁ ସହ ଖାପ ଖୁଆଇ ନ ପାରିବାରୁ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରିଥିଲେ। ଏଭଳି ଆସିବାର କିଛି ଦିନ ମଧ୍ୟରେ ଘଟିଥିଲା। ଯାହା ଫଳରେ ପାଖାପାଖି ୩-୪ଟି ଅନାକୋଣ୍ଡାର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପଟେ ନନ୍ଦନକାନନରେ ଶେଷ ଥର ପାଇଁ ପ୍ରଜନନ ହୋଇଥିଲା ୨୦୨୨ ମସିହା ଜୁଲାଇ ମାସରେ। ଏଥିରେ ୩ଟି ଛୁଆ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦୁଇଟି ଛୁଆଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଚେନ୍ନାଇରୁ ଏକ ବିଶେଷାଜ୍ଞ ଟିମ୍ ତାହାର ତଦାରାଖ କରିଥିଲା।ଏହାକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ବର୍ତ୍ତମାନ ଦୁଇଟି ବୟସ୍କ ପୁରୁଷ ଅନାକୋଣ୍ଡା, ଦୁଇଟି ବୟସ୍କ ମାଈ ଏବଂ ଦଶଟି ଛୋଟ ହଳଦିଆ ଅନାକୋଣ୍ଡା ଅଛନ୍ତି। ଶୀଘ୍ର ଆଉ ଗୋଟିଏ ମାଈ ଅନାକୋଣ୍ଡା ପ୍ରସବ କରିବାର ଆଶା କରାଯାଉଛି। ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନାର ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ବୋଲି କହିଛନ୍ତି ନନ୍ଦନକାନାନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook