Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶକୁ ବଦନାମ୍ କରିବା ଦ୍ବାରା ସତ୍ତା ମିଳିବ ନାହିଁ

    Share on :
    ajab-Image
    Date: Nov 16, 2026    Views: 3215

    ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ କରାଯାଇଥିବା ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନେତା ଭାରତକୁ ବଦନାମ କରୁଛନ୍ତି । ଦେଶକୁ ବଦନାମ୍ କଲେ ସତ୍ତା ମିଳିବ ନାହିଁ ।

    କଂଗ୍ରେସ ଲଗାତର ତିନି ଥର ହାରିବା କାରଣରୁ ହତାଶରେ ଅଛନ୍ତି । ହାଇଦ୍ରାବାଦରେ ହୋଇଥିବା କଂଗ୍ରେସର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଶାହା କହିଛନ୍ତି ଯେ, ଦେଶର ବାମପନ୍ଥୀ ଚିନ୍ତାଧାରା ଥିବା ବ୍ୟକ୍ତିମାନେ ଏଠାକୁ ନିମନ୍ତ୍ରିତ ହୋଇଥିଲେ। ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ କଂଗ୍ରେସର ରାଜକୁମାର ସେଠାକୁ ଯାଇଥିଲେ। ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ଏହି କାର୍ଯ୍ୟକ୍ରମର ନାମ ଦେଶର ନାମରେ ରଖିଛି କିନ୍ତୁ ସେଠାରେ ଜାତୀୟ ବିରୋଧୀ କଥା କୁହାଯାଇଛି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସେଠାରେ ଜାତୀୟ ବିରୋଧୀ କଥା କହି ବିଶ୍ୱରେ ଭାରତକୁ ବଦନାମ କରିଛନ୍ତି।

    ଅମିତ ଶାହ ନିଜ ସମ୍ବୋଧନରେ କହିଛନ୍ତି କି ମୁଁ ଆଜି ଏହି ମଞ୍ଚରେ ମହାରାଷ୍ଟ୍ରର ଲୋକ ଏବଂ ଦେଶର ଲୋକଙ୍କୁ କହିବାକୁ ଚାହିଁବି କି ଯେଉଁଠାରେ ବି କଂଗ୍ରେସ ମିଳିବ ତାଙ୍କୁ ପଚାରନ୍ତୁ ନିର୍ବାଚନ ଲଢନ୍ତୁ, ହାରିବା ଜିତିବା ଏହା ସବୁ ପାର୍ଟିର ନେତାଙ୍କ ପରଫର୍ମାନ୍ସ ଉପରେ ନିର୍ଭର କରିଥାଏ। କଂଗ୍ରେସର ନେତୃତ୍ବାଧିନ ପୂର୍ବତନ ୟୁପିଏ ସରକାର ଉପରେ ଟାର୍ଗେଟ କରି ଶାହ କହିଛନ୍ତି କି ତାଙ୍କୁ ପଚାରନ୍ତୁ କି ୧୦ ବର୍ଷ ଆପଣଙ୍କୁ ଦେଇଥିଲୁ । କିନ୍ତୁ ଏହି ସମୟରେ ୧୨ ଲକ୍ଷ୍ୟ କୋଟିର ଘୋଟାଲା କରାଯାଇଛି ।

    କେନ୍ଦ୍ର ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କଥା କହି କହିଛନ୍ତି କି ଦେଶର ଜନତା କଂଗ୍ରେସର ହାତ ଧରି ଦିଲ୍ଲୀରୁ ବାହାର କରିଦେଇଛନ୍ତି ଏବଂ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଛନ୍ତି । ୧୨ବର୍ଷରେ ନରେନ୍ଦ୍ର ମୋଦୀଙ୍କ ଉପରେ ଚାରି ଅଣା ଦୁର୍ନୀତିର କୌଣସି ଅଭିଯୋଗ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook