ମୁଖ୍ୟ ଖବର
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଶା ବଢ଼ିଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ ଆଜି ମହାନଦୀ ଜଳବିବାଦ ମାମଲାର ଶୁଣାଣି ପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଜଳ ବିବାଦର ଆପୋଷ ସମାଧାନ ଦିଗରେ ଅଗ୍ରଗତି ଘଟିଛି ଓ ସମାଧାନର ବାଟ ଖୋଲୁଛି। ସୋମବାର ଟ୍ରାଇବୁନାଲ ଶୁଣାଣିରେ ଜଳ ବିବାଦର ସାମଧାନ ଲାଗି କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବୈଷୟିକ କମିଟି ବୈଠକ ବିବରଣୀକୁ ଲିପିବଦ୍ଧ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଛି।
Comments ସମସ୍ତ ମତାମତ