Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି କର୍ମୀଙ୍କ ପାଇଁ ପଦ ଅପେକ୍ଷା ଦେଶ ଓ ଛାତ୍ରଛାତ୍ରୀ ଅଧିକ ଗୁରୁତ୍ୱପୂର୍ଣ୍ଣ : ଅମିତ ଶାହ

    Share on :
    ajab-Image
    Date: Jul 26, 2026    Views: 2602

    ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ଜନତା ପାର୍ଟି (BJP)ର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଯେକୌଣସି ପଦବୀ ଅପେକ୍ଷା ଦେଶ, ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବୋଲି ଗୃହମନ୍ତ୍ରୀ କହିଛନ୍ତି ।
    "ବିଜେପି କର୍ମୀଙ୍କ ପାଇଁ ଦେଶ, ଆମର ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନେ ଯେକୌଣସି ପଦବୀ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଙ୍କ ପଦବୀରୁ ଇସ୍ତଫା ଏହି ନୀତିର ଉଦାହରଣ ।"
    ସେ ଆହୁରି କହିଛନ୍ତି, "ମୋଦି ସରକାର ଦେଶର ଯୁବପିଢ଼ିଙ୍କ ଭାବନାକୁ ସମ୍ମାନ ଦିଏ ଏବଂ ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ । ପେପର ଲିକ୍ ପାଇଁ ଦାୟୀ ଲୋକଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ପ୍ରଶଂସନୀୟ । ମୋର ସମ୍ପର୍ଣ୍ଣ ଭରଷା ଅଛି ଯେ, ଏହି ପଦକ୍ଷେପଗୁଡ଼ିକ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବ ।"

    ଶିକ୍ଷାମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ,ଜାତୀୟ ଶିକ୍ଷା ନୀତି (NEP)କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା, ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ଗୁଡ଼ିକର ବିସ୍ତାର କରିବା, ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶ କରିବା ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ସୁଦୃଢ଼ ​​କରିବା କ୍ଷେତ୍ରରେ ପ୍ରମୁଖ ସଂସ୍କାର ଆଣିଛନ୍ତି । ତାଙ୍କର କାର୍ଯ୍ୟକାଳ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ତାଙ୍କ ଦୃଷ୍ଟିକୋଣ ପ୍ରତି ତାଙ୍କର ଉତ୍ସର୍ଗତାର ପ୍ରମାଣ ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook