ମୁଖ୍ୟ ଖବର
ଭୁବନେଶ୍ୱର: ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ଥିବା ନବୀନ ପଟ୍ଟନାୟକ ସରକାର ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ ଜନାଦେଶକୁ ଲୋକଙ୍କ ‘ବାଧ୍ୟବାଧକତା’ ବୋଲି ଭାବୁଥିଲେ। ନା ସେମାନେ ସମବାୟ କ୍ଷେତ୍ର ପାଇଁ କିଛି ପଦକ୍ଷେପ ନେଲେ ନା ଦୁଗ୍ଧ ଚାଷୀ ଓ କୃଷକଙ୍କ ପାଇଁ କୌଣସି ଯୋଜନା କଲେ। ଯୋଜନାବଦ୍ଧ ଭାବେ ଓଡ଼ିଶାର ଗ୍ରାମାଂଚଳର ଅର୍ଥନୀତିକୁ ପଙ୍ଗୁ କରିଦିଆଯାଇଛି। ଏଭଳି କିଛି ଢଙ୍ଗରେ କଡ଼ା ଭାଷାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ୍ ଶାହ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ୩୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ୬ଟି ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି।ଏହାସହିତ ବିକଶିତ ଓଡ଼ିଶାର ବ୍ଲୁପ୍ରିଣ୍ଟ ଦେଇ ଶ୍ରୀ ଶାହ ରାଜ୍ୟରେ ବନ୍ଦ ପଡ଼ିଥିବା ସବୁ ବନ୍ଦ ପଡ଼ିଥିବା ଚିନି କଳ ଖୋଲିବା ଓ ଶ୍ୱେତ ବିପ୍ଲବ ପାଇଁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହାକୁ କାର୍ୟ୍ୟକାରୀ କରାଯିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏବେ ରାଜ୍ୟର ଅଟକି ଯାଇଥିବା ବିକାଶ ରଥ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ