Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦିଲ୍ଲୀ ଫେରିଗଲେ ଗୃହମନ୍ତ୍ରୀ

    Share on :
    ajab-Image
    Date: Mar 7, 2026    Views: 2473

    ଭୁବନେଶ୍ଵର:ଦିନିକିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ସ୍ଵତନ୍ତ୍ର ବାୟୁସେନା ବିମାନରେ ଦିଲ୍ଲୀ ଫେରିଛନ୍ତି । ତେବେ  ଓଡ଼ିଶାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦଳୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ସେ ପୁଣିଥରେ ଦିଲ୍ଲୀ ଫେରିଥିବାବେଳେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ବିମାନ ବନ୍ଦରରେ ଦିଆଯାଇଥିଲା ।
    ଅମିତ ଶାହ ୩୨୭୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି । ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲଫୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଳାଣ୍ଟ ସଂପୂର୍ଣ୍ଣ କାର୍ୟ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । କଟକରେ ସିଆଇଏସଏଫର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ସିଆଇଏସଏଫ୍ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ଜାବୁଡ଼ି ଧରିଛି । ଦେଶର ୭୦ ବିମାନବନ୍ଦର ସହ ୩୬୧ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ସୁରକ୍ଷା ଦାୟିତ୍ୱ ନିଷ୍ଠାର ତୁଲାଉଛି । ୨୦୪୭ ବିକଶିତ ଭାରତ ପାଇଁ ସିଆଇଏସଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାରାଦୀପ ପ୍ଲାଣ୍ଟ କୃଷିକ୍ଷେତ୍ରକୁ ବଡ଼ ସହାୟକ ହେବ ବୋଲି କହିଥିଲେ । ଓଡ଼ିଶାର ନୂତନ ସମବାୟ ନୀତି ମଧ୍ୟ ସେ ଉନ୍ମୋଚିତ କରିଥିଲେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ ମଧ୍ୟ କରିଥିଲେ ଶାହ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook