ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (CRPF) କ୍ୟାମ୍ପସରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।ମୁଣ୍ଡଳୀ CRPF ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ସାମିଲ ହୋଇ ଯବାନମାନଙ୍କୁ ସମ୍ବୋଧିତ କରିବେ। ଓଡ଼ିଶାରେ ଚାଲିଥିବା ମାଓ ବିରୋଧୀ ଅଭିଯାନର ସଫଳତା ଏବଂ CRPF ଯବାନଙ୍କ ନିୟୋଜନ ସମ୍ପର୍କରେ ଶାହା ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିପାରନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ରଖିଥିବା ଲକ୍ଷ୍ୟ ଉପରେ ଏଠାରେ ଆଲୋଚନା ହୋଇପାରେ। ରାଜ୍ୟରେ ଭାରତୀୟ ନ୍ୟାୟ ସଂହିତାର ପ୍ରୟୋଗ ଏବଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି।
୨୦୨୬ ବର୍ଷରେ ଅମିତ ଶାହଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି।
Comments ସମସ୍ତ ମତାମତ