Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆତଙ୍କୀଙ୍କୁ ଖୋଜିଖୋଜି ମାରିବୁ:ଅମିତ ଶାହ

    Share on :
    ajab-Image
    Date: May 2, 2025    Views: 3730

    ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହଙ୍କ ବୟାନ । କହିଲେ, ଆତଙ୍କୀଙ୍କୁ ଖୋଜିଖୋଜି ମାରିବୁ । ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ । ଆତଙ୍କୀ ବିରୋଧୀ ଲଢ଼େଇରେ ଆମ ସହ ସାରା ବିଶ୍ୱ ଅଛି । ଆତଙ୍କବାଦ ବିରୋଧରେ ଆମର ଜିରୋ ଟୋଲେରାନ୍ସ ନୀତି । ଆମେ ମଜବୁତର ସହ ଆମ ଲଢେଇ ଲଢିଛୁ । ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ସେମାନେ ଏହା ନଭାବନ୍ତୁ କି ଆମର ନାଗରିକମାନଙ୍କୁ ମାରି ସେମାନେ ଏ ଲଢେଇ ଜିତିଗଲେ । ମୁଁ ସମସ୍ତ ଆତଙ୍କବାଦୀଙ୍କୁ କହିବାକୁ ଚାହୁଛି ଏ ଲଢ଼େଇ ଅନ୍ତ ନାହିଁ । 
    ପହଲଗାମ୍ ଆକ୍ରମଣ ପରେ ଆତଙ୍କୀଦେଶ ବିରୋଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଦେଶରୁ ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ବିଦା କରିଦେଇଛି ଭାରତ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ କରିବା ସହ ପାକିସ୍ତାନୀଙ୍କ ଭିସା ମଧ୍ୟ ରଦ୍ଦ କରିଦିଆଯାଇଛି । ଏହାସହ ମିଛ ଖବର ପ୍ରସାରଣ କରୁଥିବା ପାକିସ୍ତାନର କିଛି ନ୍ୟୁଜ ଚ୍ୟାନେଲ ଓ ୟୁଟ୍ୟୁବ ଚ୍ୟାନେଲଙ୍କୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook