Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୬ରେ ଧାମନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଅମିତ୍ ଶାହ

    Share on :
    ajab-Image
    Date: Mar 12, 2023    Views: 2946

    ଭୁବନେଶ୍ୱର:  ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଚଳିତମାସ ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ୍ ଶାହ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ଶ୍ରୀ ଶାହ ଦିନିକିଆ ଗସ୍ତରେ ଆସି ଧାମନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଭୁବନେଶ୍ୱରରେ ଦଳୀୟ ପଦାଧିକାରୀଙ୍କ ସଙ୍ଗେ ସାଂଗଠନିକ ସ୍ଥିତି ସମ୍ପର୍କରେ ବିଚାରବିମର୍ଶ କରିବାର କାର୍ୟ୍ୟକ୍ରମ ରହିଛି ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶ୍ରୀ ଶାହା ମାର୍ଚ୍ଚ ୨୬ ତାରିଖ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ସେ ଭଦ୍ରକ ଲୋକସଭା ଅନ୍ତର୍ଗତ ଆରଡିକୁ ଯାଇ ପ୍ରଭୁ ଆଖଣ୍ଡଳମଣୀ ଦର୍ଶନ କରିବା ପରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପାଳସାହି ପଂଚାୟତର ସାଁଆଳପୁରଠାରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ଉଦ୍‌ବୋଦନ କରିବାର କାର୍ୟ୍ୟକ୍ରମ ରହିଛି । ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କୁ ସାଁଆଳପୁର ସଭାରେ ସେ ଉଦ୍‌ବୋଦନ ଦେବେ ।
    ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱର ଫେରି ରାଜ୍ୟ କାର୍ୟ୍ୟାଳୟଠାରେ ଦଳର ବରିଷ୍ଠ ନେତା ଓ ପ୍ରମୁଖ ପଦାଧିକାରୀଙ୍କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରି ସଂଧ୍ୟାରେ ଦିଲ୍ଲୀ ଫେରିଯିବେ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତାଙ୍କର ଗସ୍ତ ନିଶ୍ଚିତ ଭାବେ ଦଳୀୟ ସଂଗଠନ ପାଇଁ ଉତ୍ସାହ ବୃଦ୍ଧି କରାଇବ ବୋଲି ଲେଖାଶ୍ରୀ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook