Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର ପ୍ରତିଷ୍ଠା ନେଇ ଆଲୋଚନା : ଯାତ୍ରୀଙ୍କୁ ପ୍ରତି ୫୦ କିଲୋମିଟରରେ ମିଳିବ ସମସ୍ତ ସୁବିଧା

    Share on :
    ajab-Image
    Date: Aug 7, 2026    Views: 2809

    - ତୈଳ କମ୍ପାନୀ ସହ ସ୍ୱାକ୍ଷର ହେବ ବୁଝାମଣାପତ୍ର

    - ରହିବ ଶୌଚାଳୟ, ବିଶ୍ରାମ ଗୃହ ଏବଂ ଫୁଡ୍‌ କୋର୍ଟ

    ଭୁବନେଶ୍ୱର:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦେଶ ତଥା ରାଜ୍ୟ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହି କ୍ରମରେ ରାଜ୍ୟର ସଡ଼କ ନେଟ୍‌ୱାର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣାମୁକ୍ତ କରିବା ଦିଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ିଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ କରିବା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 

    ଏଥିରେ ଜାତୀୟ ରାଜପଥ, ଏକ୍ସପ୍ରେସ୍‌ ୱେ, ରାଜ୍ୟ ରାଜପଥ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାସ୍ତାରେ ଯାତ୍ରା କରୁଥିବା ଟ୍ରାକ ଚାଳକ, ବସ୍‌ଯାତ୍ରୀ କିମ୍ବା ଚାରିଚକିଆ ଯାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି କେନ୍ଦ୍ରର ସୁବିଧା ନେଇପାରିବେ । 

    ଏହି କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଇଭି ଚାର୍ଜିଂ ସ୍ପେସ୍‌, ପେଟ୍ରୋଲ ପମ୍ପ, ଫୁଡ୍‌ କୋର୍ଟ, ବିଶ୍ରାମ ଗୃହ ଆଦି ସୁବିଧା ରହିବ । ଏଥି ଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ସରକାରୀ ତୈଳ କମ୍ପାନୀ ସହ ଏକ ବୁଝାମଣା ସ୍ୱାକ୍ଷର ହେବାର ଯୋଜନା ରହିଛି । ରାଜ୍ୟ ସରକାର ଏଥି ଲାଗି ସ୍ଥାନ ଯୋଗାଇଦେବେ ଏବଂ ତୈଳ କମ୍ପାନୀଗୁଡ଼ିକ ଏହାର ରକ୍ଷଣାବେକ୍ଷଣ ଭାର ବହନ କରିବେ ବୋଲି ସୂଚନା ମିଳିଛି । 

    ଆଜିର ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସମୀର ହୋତା, ଏନ୍‌ଏଚ୍‌ଆଇର ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍‌ଏଚ୍‌) ଇଂ ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଏଚ୍‌ପିସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook