Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବର୍ଷା: ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

    Share on :
    ajab-Image
    Date: Jul 19, 2026    Views: 2897

    ନୂଆଦିଲ୍ଲୀ,: ଆଜିଠାରୁ ଉଭୟ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ। ଜମ୍ମୁ-କାଶ୍ମୀର ପ୍ରଶାସନ  ଭାରତୀୟ ପାଣିପାଗ ବିଭାଗର ପ୍ରତିକୂଳ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛି।

    ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ୧୯ରୁ ୨୩ ମଧ୍ୟରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବାରୁ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି । କାଶ୍ମୀର ଡିଭିଜନାଲ କମିଶନର ଅଂଶୁଲ ଗର୍ଗ ଏକ ବିବୃତିରେ କହିଛନ୍ତି, ଜୁଲାଇ ୧୯ରୁ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟରୁ ଅମରନାଥ ଯାତ୍ରା ସ୍ଥଗିତ ରହିବ ।
    ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରତିକୂଳ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ପାଇଁ ଶ୍ରୀ ଅମରନାଥଜୀ ଯାତ୍ରା ଜୁଲାଇ ୧୯ରୁ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିବ । କାଶ୍ମୀରର ବାଲଟାଲ୍ ଏବଂ ନୁନୱାନ/ଚନ୍ଦନୱାଡ଼ି ବେସ୍ କ୍ୟାମ୍ପରୁ ତୀର୍ଥଯାତ୍ରୀମାନଙ୍କୁ ଆଗକୁ ବଢ଼ିବାକୁ ଅନୁମତି ଦିଆଯିବ ନାହିଁ । ଜମ୍ମୁରେ ଅମରନାଥ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା କୌଣସି କନଭୟକୁ ଭଗବତୀ ନଗର ଯାତ୍ରୀ ନିବାସରୁ ଉଭୟ ବେସ୍ କ୍ୟାମ୍ପ ଅଭିମୁଖେ ଯିବାକୁ ଅନୁମତି ମିଳିବ ନାହିଁ। ରୁଟର ସୁରକ୍ଷା ନିଶ୍ଚିତ କରିବା ଏବଂ ପାଣିପାଗ ସ୍ଥିତିର ବ୍ୟାପକ ସମୀକ୍ଷା ପରେ ଯାତ୍ରା ପୁନଃ ଆରମ୍ଭ ନେଇ ଯଥା ସମୟରେ ସୂଚନା ଜାରି କରାଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook