Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରତିରକ୍ଷା ସଚିବଙ୍କୁ ବିଦା କଲା ଆମେରିକା

    Share on :
    ajab-Image
    Date: Apr 3, 2026    Views: 3055

    ୱାଂଶିଟନ୍:ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି। କ୍ରିଷ୍ଟୋଫର  ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ପେଣ୍ଟାଗନ ନିଶ୍ଚିତ କରିଛି ଯେ. ପ୍ରତିରକ୍ଷା ସଚିବ ସେନାର ସର୍ବୋଚ୍ଚ ପଦାଧିକାରୀଙ୍କୁ ପଦ ଛାଡିବାକୁ କହିଛନ୍ତି। ତାଙ୍କୁ ହଟାଇବାର ସଠିକ କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

    ସୂଚନା ଯୋଗ୍ୟ ପିଟ ହେଗସେଥ ପଦ ଗ୍ରହଣ କରିବା ପରଠାରୁ ସେନା ଭିତରେ ବଡ଼ ପରିବର୍ତ୍ତନ କରୁଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ନୀତି ସହିତ ସାମରିକ ବ୍ୟବସ୍ଥାକୁ ପୁନଃସଜ୍ଜିତ କରିବାକୁ ଚାହାଁନ୍ତି।
    ଜେନେରାଲ ରେଣ୍ଡି ଜର୍ଜ ଜଣେ ଅଭିଜ୍ଞ ସାମରିକ ଅଧିକାରୀ। ସେ ୱେଷ୍ଟ ପଏଣ୍ଟ ମିଲିଟାରୀ ଏକାଡେମୀର ସ୍ନାତକ ଏବଂ ଗଲ୍ଫ ଯୁଦ୍ଧରେ, ଇରାକ ଏବଂ ଆଫଗାନିସ୍ତାନରେ ମଧ୍ୟ ସେବା କରିଥିଲେ। ତାଙ୍କୁ ୨୦୨୩ରେ ସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ପଦବୀ ସାଧାରଣତଃ ଚାରି ବର୍ଷ ପାଇଁ ରହିଥିଲା। ପୂର୍ବରୁ ସେ ସେନାର ଡେପୁଟି ଚିଫ ଅଫ ଷ୍ଟାଫ ଭାବରେ କାର୍ୟ୍ୟ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook