Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭି.କେ. ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ଯଦି ଗ୍ରହଣ କଲା, ଓଡ଼ିଶାବାସୀ କାହିଁକି ଗ୍ରହଣ କରିବେନି:ଅମର ଶତପଥୀ

    Share on :
    ajab-Image
    Date: Oct 25, 2023    Views: 4105

    ଭୁବନେଶ୍ବର: ଭି.କେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛି ବିଜେଡି। ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀ କହିଛନ୍ତି, ଭି.କେ. ପାଣ୍ଡିଆନଙ୍କୁ  ଗଞ୍ଜାମ ଜିଲ୍ଲା ଯଦି ଗ୍ରହଣ କଲା, ଓଡ଼ିଶାବାସୀ କାହିଁକି ଗ୍ରହଣ କରିବେନି। ଓଡ଼ିଶାରେ ବହୁ ବର୍ଷ ଧରି ପ୍ରଶାସନିକ ସେବା ଯୋଗାଇଛନ୍ତି। ଯଦି ଭଲ କାମ କରୁଛନ୍ତି କାହିଁକି ଗ୍ରହଣ କରିବେନି। ଅନେକ ଲୋକ ବିରୋଧୀ ଦଳ ମଧ୍ୟ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭରସା କରି ଗୁରୁ ଦାୟିତ୍ଵ ଦେଇଛନ୍ତି ଆଶା କରୁଛି ସଫଳ ହେବେ।
    ପାଣ୍ଡିଆନ୍ ବିଜେଡିକୁ ଆସିବେ କି ନାହିଁ, ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଏବେ ପ୍ରଶାସନ ଟିମ୍ ଗୁଡ ଗଭର୍ଣ୍ଣାନ୍ସକୁ ନେଇ କାମ କରିବେ। ଓଡ଼ିଶା ପ୍ରଶାସନକୁ ଗତିଶୀଳ କରିବା।  ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି କାର୍ୟ୍ୟକ୍ରମ କରୁଥିଲେ ତାଙ୍କ ସେବାକୁ ଉଚିତ ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆଣିଥିଲେ। ଫାଇଭ ଟି କାର୍ୟ୍ୟକ୍ରମ ଗୁଡ ଗଭର୍ଣ୍ଣାନ୍ସର ଲକ୍ଷଣ। ଯେତେବେଳେ ତାଙ୍କୁ ଯୋଉ ଦାୟିତ୍ଵ ଦିଆଯାଇଛି, ସେ ଭଲ ଭାବେ ନିଭାଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook