Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଦ୍ମ ଧରିବେ ଅମର!

    Share on :
    ajab-Image
    Date: Nov 3, 2025    Views: 3558

    ଭୁବନେଶ୍ୱର: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍‌ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଅମର ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ନେଇ ଆଲୋଚନା ହେଉଛି। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅମର ଆଜି ପଦ୍ମ ଧରିବେ।

    ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ବିଜେପିରେ ମଧ୍ୟ ସାମିଲ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିସାରିଛନ୍ତି। ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ବିଜେପିରେ ସାମିଲ ହେବେ। ରାଜ୍ୟସଭାରେ ଅମରଙ୍କ କାର୍ୟ୍ୟକାଳ ସରିଯାଇଛି। ସେ ଏବେ ଦଳର ଆଇଟି ସେଲ୍‌ କଥା ବୁଝୁଛନ୍ତି। ସେହିପରି ଶ୍ରମୀୟୀ ଦଳ ବିରୋଧୀ ମନ୍ତବ୍ୟ ଦେଇ ବାରମ୍ବାର ଚର୍ଚ୍ଚାକୁ ଆସିବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook