Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ୍ବୁଲାନ୍ସ ଟ୍ରାଫିକ ଟ୍ରାଜେଡି ମିଛ?

    Share on :
    ajab-Image
    Date: Feb 14, 2020    Views: 4108

    ଭୁବନେଶ୍ୱର:  ଗତ କିଛି ଦିନ ତଳେ ଟ୍ରାଫିକ ଜାମ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ରର ମୃତୁ୍ୟ ଘଟିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ବୋଲି  କମିଶନରେଟ ପୁଲିସ ପରୋକ୍ଷରେ କହିଛି ।  ଘଟଣା ଦିନର ଆମ୍ବୁଲାନ୍ସ ଟାଇମିଂ ଦେଇ କମିଶନରେଟ ପୁଲିସ ଏହାକୁ ମିଛ ବୋଲି ଦର୍ଶାଇଛି ।  ଆମ୍ବୁଲାନ୍ସଟି ଘଟଣା ଦିନ  କ୍ୟାପିଟାଲ ହସ୍ପିଟାଲରୁ କେତେବେଳେ ବାହାରି କିମ୍ସରେ କେତେବେଳେ ପହଞ୍ଚିଥିଲା  ତାହାର ଟାଇମିଂ ଦେଇଛି କମିଶନରେଟ ପୁଲିସ ।  ନିଜ ଟ୍ୱିଟର ହ୍ୟାଣ୍ଡେଲରେ କମିଶନରେଟ ପୁଲିସ ଏହି ଟାଇମିଂ ଦେଇଛି । 

    ଘଟଣା ଦିନ ଆମ୍ବୁଲାନ୍ସକୁ ୨୨ମିନିଟ ୩୮ ସେକେଣ୍ଡ ସମୟ ଲାଗିଥିଲା ବୋଲି ଦର୍ଶାଯାଇଛି ।  କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ହସ୍ପିଟାଲ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ୨୨ମିନିଟ ୩୮ ସେକେଣ୍ଡ ନେଇଥିଲା ।  ତେବେ  ଆମ୍ବୁଲାନ୍ସକୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା ଅଭିଯୋଗ କରିଥିଲେ ।  ରାସ୍ତା ଜାମ  ପାଇଁ ଆମ୍ବୁଲାନ୍ସକୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା କହିଥିଲେ । ତେବେ ମୃତ ଶିଶୁର ବାପା ଓ କମିଶନରେଟ ପୁଲିସ ମଧ୍ୟରୁ କିଏ ସତ କହୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଅନ୍ୟପକ୍ଷରେ ଘଟଣାର ୩ ଦିନ ପରେ ପୁଲିସ କାହିଁକି ଟାଇମିଂ ଦେଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook