Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

KALIPUJA

ମୁଖ୍ୟ ଖବର

    କାର୍ତ୍ତିକ ଅମାବାସ୍ୟାରେ ପଡ଼ୁଛି କାଳୀପୂଜା, ଜାଣନ୍ତୁ କ’ଣ କରିବେ କ’ଣ ନାହିଁ ?

    Share on :
    ajab-Image
    Date: Oct 13, 2022    Views: 2825

    ଭୁବନେଶ୍ୱର: ଆସନ୍ତା ଅକଟୋବର ୨୪ ତାରିଖ କାର୍ତ୍ତିକ ଅମାବାସ୍ୟା ଦିନ ପଡୁଛି କାଳୀପୂଜା ଓ ଦୀପାବଳି ଉତ୍ସବ । ବର୍ଷା ସତ୍ତ୍ୱେ ଗତ ଦଶହରା ଖୁବ୍‌ ଜମିଥିଲା । ଏବେ କାଳୀ ପୂଜା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସାହର ସହିତ ଆୟୋଜନ ଚାଲିଛି । ତେବେ ସେହି ସମୟରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳି ପାରେ । ଅର୍ଥାତ୍‌ ଦୁର୍ଗା ପୂଜା ଭଳି କାଳୀ ପୂଜା ମଧ୍ୟ ବର୍ଷାରେ ଭିଜି ପାରେ ।

    ତେବେ ଏହି କାଳୀ ପୂଜାରେ ଆଉ ଗୋଟିଏ ସମସ୍ୟା ରହିଛି ଯାହାକୁ ଆମ ସମସ୍ତଙ୍କୁ ସାମନା କରିବାକୁ ପଡ଼ିବ । ତାହା ହେଉଛି ସୂର୍ଯ୍ୟୋପରାଗ । ୨୪ ତାରିଖ କାଳୀପୂଜା ପରଦିନ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି । ତେଣୁ ସେଦିନ ପୂଜାବିଧି କିଭଳି ରହିବ ଏବଂ ଲୋକେ ପାଳନ କେମିତି କରିବେ ପୁଣି ଗ୍ରହଣ ସପ୍ତାହ ଯୋଗୁଁ କାଳୀ ମୂର୍ତ୍ତି ସବୁ କେବେ ବସର୍ଜିତ ହେବେ ଆସନ୍ତୁ ଜାଣିବା ।

    କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଗାମୀ ୨୫ ତାରିଖ ମଙ୍ଗଳବାର ଦିନ ଦୃଶ୍ୟ ହେବ । ପ୍ରାୟ ୧୬ ମିନିଟ୍‌ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଏହା ଶ୍ରୀକ୍ଷେତ୍ର ପୁରୀକୁ ଦେଖାଯିବ । ଏହା ସ୍ପର୍ଶ ହେବ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ । ଆଉ ମୋକ୍ଷ ହେବ ସନ୍ଧ୍ୟା ୫ଟା ୪୩ ମିନିଟ୍‌ ୪୬ ସେକେଣ୍ଡରେ । ତେବେ ୨୫ ତାରିଖ ଅପରାହ୍ନରେ ସିନା ସୂର୍ଯ୍ୟୋପରାଗ ଲଗିବ । ହେଲେ ଏହା ପୂର୍ବ ଦିନ ଅର୍ଥତ ୨୪ ତାରିଖ ସୋମବାର ଭୋର ୪ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ ରହିଛି । ତେଣୁ ଏହି ସମୟ ଠାରୁ ଭୋଜନ ଏବଂ ଖାଦ୍ୟ ରାନ୍ଧିବା ନିଷେଧ । ଏହା ସହିତ ଦେବନୀତି ମଧ୍ୟ ନିଷେଧ ରହିବ । କେବଳ ବାଲ୍ୟ, ବୃଦ୍ଧ ଏବଂ ରୋଗୀମାନେ ଖାଦ୍ୟ ଖାଇବା କଟକଣାରୁ ମୁକ୍ତ ରହିବେ ।
    ଅବଶ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ଉପରାଗ ଆରମ୍ଭ ହେବ ମୋକ୍ଷ ସମୟରେ ଟିକେ ଭିନ୍ନତା ରହିବ । ଯେମିତିକି କଟକରେ ୪ଟା ୫୬ ମିନିଟ୍‌ ୩୬ ସେକେଣ୍ଡରେ ଗ୍ରହଣ ଲାଗି ୬ଟା ୨୬ ମିନିଟ୍‌ ୩୨ ସେକେଣ୍ଡେରେ ମୋକ୍ଷ ହେବ । ସେହିପରି ବ୍ରହ୍ମପୁରରେ ୫ଟା ୫୬ ମିନିଟ୍‌ରେ ଆରମ୍ଭ ଏବଂ ୬ଟା ୩୦ ମିନିଟ୍‌ ୫୬ ସେକେଣ୍ଡେରେ ମୋକ୍ଷ, ସମ୍ବଲପୁରରେ ୫ଟା ୪ ମିନିଟ୍‌ ୪ ସେକେଣ୍ଡେରେ ଆରମ୍ଭ ଏବଂ ୬ଟା ୩୪ ମିନିଟ୍‌ ୪ ସେକେଣ୍ଡରେ ମୋକ୍ଷ ହେବ ।

    ପରଦିନ ଅର୍ଥାତ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ । ତେବେ ୨୫ ତାରିଖ ଗ୍ରହଣ ଦିନ ଦେବାଦେବୀଙ୍କର ପହୁଡ଼ ପଡ଼ିବ ନାହିଁ । ସେମାନଙ୍କୁ ଶୁଖିଲା ଭୋଗ ଏବଂ ଫଳମୂଳ ଅର୍ପଣ କରାଯିବ ।
    ଗ୍ରହଣ ବା ଉପରାଗ ଦର୍ଶନ କରିବା ପରେ ସ୍ନାନ କରିବାକୁ ହେବ ।
    ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରହଣ ସପ୍ତାହରେ ଦେବାଦେବୀ ବସର୍ଜନ ହୁଅନ୍ତି ନାହିଁ । ଗ୍ରହଣ ସପ୍ତାହ ପରେ ଯାଇ ବିସର୍ଜନ କରାଯାଏ । ତେଣୁ ସୋମବାରରେ ପୂଜା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସୋମବାରରେ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯିବ ।

    Maximum 500 characters

    KALIPUJA View all

    Find Us on Facebook