Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍

    Share on :
    ajab-Image
    Date: Jan 10, 2026    Views: 3188

    ଭୁବନେଶ୍ବର: ଆମ ବସ୍‌ ଉପରେ ଶନି ଦଶା। ଗାଡିରେ ଲାଗିଛି। ଗୋଟିଏ ପରେ ଗୋଟିଏ ଘଟୁଛି ଅଘଟଣ। ଚଳନ୍ତା ବସ୍ ରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଆମ ବସ୍। ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଏଭଳି ଘଟଣା ଘଟିଛି। ପାସେଞ୍ଜର୍ ଥିବା ବେଳେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଛି। ଭରତପୁର ପିସିଆର୍ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି। 
    ସୂଚନାନୁଯାୟୀ, ଶନିବାର ସକାଳେ ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଏକ ଆମ ବସ୍ ରେ ନିଆଁ ଲାଗିଯାଇଥିଲା। ଯାତ୍ରୀ ଥିବା ବେଳେ ବସ୍‌ ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ବିକଳରେ ଲୋକେ ପାଟିତୁଣ୍ଡ କରିଥିଲେ। ଭରତପୁର ପିସିଆର୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି।
    ନିକଟରେ ରୁପାଲି ଛକରେ ଏକ ଆମ ବସ୍ ଏକ ଯାତ୍ରୀବାହୀ ଅଟୋ ଉପରେ ଚଢି ଯାଇଥିଲା। ଅଟୋଟି ସାମ୍ନାରେ ଥିବା ଆଉ ଏକ ବସ୍ ତଳେ ଚାପି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଆମ ବସ୍ ବାରମ୍ଵାର ଏଭଳି ଦୁର୍ଘଟଣା ଘଟାଇବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ଦିନ କେଇଟା ନବିତୁଣୁ ପୁଣି ଏକ ଚଳନ୍ତା ଆମ ବସ୍ ଜଳି ଯାଇଛି। ଲାଗୁଛି ଯେମିତି ଏହି ଯାନରେ ଗ୍ରହଣ ଲାଗିଛି। . 

    Maximum 500 characters

    ତାଜା ଖବର View all

    Find Us on Facebook