Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଘିଂକୁଆଁରୀ ବା ଘୃତକୁମାରୀର ଓଷଧ ଗୁଣ

    Share on :
    ajab-Image
    Date: Apr 28, 2025    Views: 2832

    ଘିଂକୁଆଁରୀକୁ ଅର୍ୟୁବେଦ ଦୁନିଆର ସଂଜିବନୀ । ଘିଂକୁଆରୀରୁ ବାହାରୁଥିବା ରସ ଆଦି ପୁର୍ନଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ବିଭିନ୍ନ ଅଙ୍ଗରାଗ ଓ ବଭିନ୍ନ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ଏହା ଏକ ସରସ ଉଦ୍ଭିଦ, ଯାହା ପ୍ରାଚୀନ ସମୟରୁ ଓଷଧ ଓ ସୌନ୍ଦର୍ଯ୍ୟ ସେବାରେ ବ୍ୟବହୃତ । ତ୍ୱଚା, କେଶ, ଖଣ୍ଡିଆ, ସ୍ୱାସ୍ଥ୍ୟ ଆଦି ପାଇଁ ଏହା ହେଉଛି ଅବ୍ୟର୍ଥ ଓଷଧ । ଆଲୋବେରା ବା ଘିଂକୁଆଁରୀ ହେଉଛି ଏକ ଉପକାରୀ ଗଛ । ଏହା ଏକ ସୁଲଭ ଗଛ, ଯାହାର ପତ୍ର ଗୁଡ଼ିକ ବଡ଼ ଓ ରସାଳ ହୋଇଥାଏ । ପତ୍ରର ଉପରେ ଗୋଲାକାର ଚିପି ଚିହ୍ନ ଥାଏ ଓ ପତ୍ର ସାଇଡରେ କଣ୍ଟା ଥାଏ । ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶୀ ଥାଏ । ଏଥିରେ ପାଣି ବ୍ୟତିତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଆଦି ଭରପୂର ପରିମାଣରେ ଅଛି । ଏଥରେ ଆମିନୋ ଏସିଡର ମାତ୍ରା ପର୍ଯ୍ୟାପ୍ତ ମାତ୍ରାରେ ଥିବାରୁ ଏହାକୁ ସେଭିଂ ଜେଲ ଭାବରେ ବ୍ୟବହାର କରାଯାଏ । ଘିଂକୁଆରୀ ଓଷଧୀୟ ଗୁଣରେ ଭରପୂର । ଏହାର ଜେଲ, ରସ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଏହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ।
    ଓଷଧୀୟ ଗୁଣ: 
    - ଏହା ଶରୀରରେ ରକ୍ତ ସଂଚାଳନରେ ସାହାଯ୍ୟ କରିଥାଏ ।
    - ଘିଂକୁଆରୀରେ ଭିଟାମିନ ସି ଏବଂ ଇ ର ମାତ୍ରା ଭରପୂର ଥାଏ, ଯାହା କି ତ୍ୱଚାରେ ଚମକ ଆଣେ ।
    - ଓଜନ କମାଇବାରେ ସାହାଯ୍ୟ କରୁଥିବା ଘିଂକୁଆରୀ ରସ ଶରୀରରୁ ଅନାବଶ୍ୟକ ଚର୍ବିର୍କୁ କମାଇବାରେ ସାହାଯ୍ୟ କରେ ଯଦ୍ୱାରା ଆପଣଙ୍କ ଓଜନ କମିଥାଏ ।
    - ପ୍ରତିଦିନ ଆଲୋବେରୀ ଜୁସ ପିଇବା ଦ୍ୱାରା ରକ୍ତ ସଂଚଳନା ଠିକ ଭାବରେ ହୋଇଥାଏ । ଏଥି ସହ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ ।
    - ଏହାକୁ ପ୍ରତିଦିନ ପିଇବା ଦ୍ୱାରା କବଜ, ଏସିଡିଟି ବା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
    - ଏହା ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ ।
    -  ରକ୍ତଚାପ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିଥାଏ ।
    - ଅଧିକ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଯଥା ଟିଭି, ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖି ତଳେ ଦାଗ ହୋଇଯାଇଥାଏ ଏବଂ ଦୃଷ୍ଟି ଶକ୍ତି କମିଥାଏ । ଏହି ଜେଲକୁ ଦାଗ ସ୍ଥାନରେ ଲଗାଇ ଦାଗ ଲିଭାଯାଇପାରିବ ଓ ଜୁସ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।
    - ଚର୍ମ କୁଞ୍ଚନ ଥିବା ସମସ୍ୟା କୁ ମଧ୍ୟ ଏହା ଦ୍ୱାରା ଦୂର କରିହେବ ।
    - ଏହି ଜେଲ ଏକ ରକମର ଶ୍ରେଷ୍ଠ କେଶ ମଶ୍ଚୁରାଇଜର, ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା, ରୂପି ଆଦି ସମସ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ କରିଥାଏ ।
    - ନାରୀ ମାନେ ଏହାର ଜେଲକୁ ମୁହଁରେ ଲଗାନ୍ତି । ବିଭିନ୍ନ ଦାଗ ବ୍ରଣର ଉପଶମ ପାଇଁ ଫେସପ୍ୟାକ ଭାବରେ ବୁ୍ୟଟିସିଆନ ମାନେ ବ୍ୟବହାର କରିଥାନ୍ତି ।
    ସର୍ତକତା:
    - ଏହି ଜେଲକୁ ମାତ୍ରଧିକ ଭାବରେ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତି ହୋଇଥାଏ । ତେଣୁ ଏହାକୁ ଦେଖି ଚାହିଁ ବ୍ୟବହାର କରିବା ଉଚିତ୍ । 

    Maximum 500 characters

    ବିଶେଷ View all

    Find Us on Facebook