ମୁଖ୍ୟ ଖବର
ନୂଆଦିଲ୍ଲୀ : ଭାରତରେ ଯୁବ ଗୋଷ୍ଠୀ ନିଶା ଜାଲରେ ବର୍ବାଦ ହେବାକୁ ବସିଲେଣି। ଏଥିପାଇଁ ନିଶା ନିବାରଣ ସଂଗଠନ ସ୍ବର ଉଠାଉଛନ୍ତି। ମହିଳାମାନେ ମଦ ଦୋକାନ ଭାଙ୍ଗୁଛନ୍ତି। କିନ୍ତୁ ଜାପାନରେ ଏହାର ଓଲଟି ଦୃଶ୍ୟ ଦେଖିବାକୁ ମିଳିଛି। ଯୁବ ବର୍ଗ ମଦ ପିଇବାକୁ ଆଗ୍ରହୀ ନୁହନ୍ତି। ମଦ ବିକ୍ରି ହେଉନଥିବାରୁ ରାଜକୋଷ ପ୍ରଭାବିତ ହେଉଛି। ତେଣୁ ସରକାର ମଦ ପିଇବାକୁ ଲୋଭନୀୟ ଅଫର୍ ଆଣିଛନ୍ତି।
୧୯୯୫ ତୁଳନାରେ ଜାପାନରେ ମଦରୁ ଆସୁଥିବା ରାଜସ୍ୱ ଦୟନୀୟ ସ୍ଥିତି ସୃଷ୍ଟି କଲାଣି। ଏବେ ଏହା ମାତ୍ର ୧.୭ ପ୍ରତିଶତରେ ପହଞ୍ଚିଛି। ଜାପାନରେ ମଦରୁ ଆସୁଥିବା ରାଜସ୍ୱର ସବୁଠୁ କମ୍ ପ୍ରତିଶତ ବୋଲି କୁହାଯାଉଛି। ଜାପାନର ଯୁବପିଢ଼ୀ କାର୍ଯ୍ୟକ୍ଷେତ୍ରରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ, ମଦ ପିଇବାକୁ ଆଗ୍ରହୀ ନୁହଁନ୍ତି। ଯୁବପିଢ଼ୀଙ୍କୁ ମଦ ପ୍ରତି ଆକୃଷ୍ଟ କରିବାକୁ ନୂଆ ଅଫର୍ ଆଣିଛନ୍ତି। ‘ସେକ ବିବା’ ବା ଲଙ୍ଗ ଲିଭ ଆଲକୋହଲ ଡ୍ରିଙ୍କସ୍ ପରି ଅଫର୍ ଆଣିଛନ୍ତି ଜାପାନ ସରକାର। କାମ ଚାପରେ ରହୁଥିବା ଜାପାନର ଯୁବବର୍ଗଙ୍କୁ ଉପଯୁକ୍ତ ସମୟରେ ଉପଯୁକ୍ତ ପରିମାଣର ମଦ ପରସା ଯିବ। ମଦ ଏଭଳି ପରିମାଣରେ ପିଇବା ଦ୍ବାରା କି ପ୍ରକାର ଲାଭ ମିଳେ ସେ ନେଇ ୨୦ରୁ ୩୦ ବର୍ଷ ବୟସର ଯୁବବର୍ଗଙ୍କୁ ବୁଝାଯିବ। ଯୁବପିଢ଼ୀ ନିଶାଗ୍ରସ୍ତ ହେଲେ ଏହାର ପ୍ରଭାବ ଜାପାନରେ ଯୁବ ଦକ୍ଷତା ଓ ଉତ୍ପାଦନ ଉପରେ ପଡ଼ିବା ନେଇ ଅର୍ଥନୈତିଜ୍ଞମାମେ ଆଶଙ୍କା କଲେଣି। ଜାପାନ ପୂର୍ବରୁ ୨୦୦୪ ରେ ଫ୍ରାନ୍ସ ବି ଯୁବପୀଢ଼ିଙ୍କୁ ମଦ ପିଇବାକୁ ଲୋଭନୀୟ ଅଫର୍ ଆଣିଥିଲା।
Comments ସମସ୍ତ ମତାମତ