Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କାନାଡା କୁମାର

    Share on :
    ajab-Image
    Date: Nov 23, 2022    Views: 3025

    ବଲିଉଡ଼ର ଖିଲାଡ଼ି କୁମାର ଅକ୍ଷୟଙ୍କ ପ୍ରଶଂସା ଯେତେ କଲେ ମଧ୍ୟ କମ୍ ପଡ଼ିବ । ଫିଲ୍ମ ଦୁନିଆରେ ପ୍ରବେଶ ପୂର୍ବରୁ ତାଙ୍କର ନାଁ ଥିଲା ରାଜୀବ ହରିଓମ୍ ଭାଟିଆ । ମାତ୍ର ବଲିଉଡ଼ରେ ପେସାଦାର ଜୀବନ ଆରମ୍ଭ କରିବା ପରେ ସେ ନିଜ ନାଁ ବଦଳାଇ ରଖିଥିଲେ ଅକ୍ଷୟ କୁମାର । ଖିଲାଡ଼ି ଶୀର୍ଷକ ଥିବା ଅକ୍ଷୟ ଅଭିନୀତ ଫିଲ୍ମଗୁଡ଼ିକ ହେଉଛି- ଖିଲାଡ଼ି, ମେ ଖିଲାଡ଼ି ତୁ ଅନାଡ଼ି, ସବସେ ବଡ଼ା ଖିଲାଡ଼ି, ଖିଲାଡ଼ିଓଁ କା ଖିଲାଡ଼ି, ମିଷ୍ଟର ଆଣ୍ଡ ମିସେସ୍ ଖିଲାଡ଼ି, ଇଣ୍ଟରନ୍ୟାସନାଲ ଖିଲାଡ଼ି, ଓ ‘ଖିଲାଡ଼ି ୪୨୦’ । ‘ଖିଲାଡ଼ି’ ଟାଇଟେଲ ଥିବା ସର୍ବାଧିକ ଫିଲ୍ମରେ ଦେଖିବାକୁ ମିଳେ ଅକ୍ଷୟଙ୍କୁ ଏଣୁ ତାଙ୍କୁ ବଲିଉଡ଼ର ଖିଲାଡ଼ି କୁମାର କୁହାଯାଏ ।

    ଏବେ ତାଙ୍କୁ ସମାଲୋଚକମାନେ ଆଉ ଏକ ନାଁ ଦେଇଛନ୍ତି- କାନାଡ଼ା କୁମାର । କେହି କେହି କହୁଛନ୍ତି- କାନାଡ଼ିଆନ କୁମାର । ଏ ସମ୍ପର୍କରେ ଅକ୍ଷୟଙ୍କ କହିବା କଥା, ସେ କାନାଡ଼ାର ନାଗରିକତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଏମିତି କୁହାଯାଉଛି । ସେ ଭାରତୀୟ ଏବଂ ଏଥିରେ କାହାରି ସନେ୍ଦହ ନ ରହୁ । ଭାରତର ନାଗରୀକତା ପାଇଁ ସେ ଆବେଦନ କରିଛନ୍ତି । କରୋନା କାରଣରୁ ସେଥିରେ ବିଳମ୍ବ ହୋଇଥିଲା । ଏବେ ପୁଣିଥରେ ତ୍ୱରାନ୍ୱିତ ହୋଇଛି ଓ ଖବ୍ ଶୀଘ୍ର ତାଙ୍କୁ ଭାରତୀୟ ପାସପୋର୍ଟ ମିଳିଯିବ । 

     

    Maximum 500 characters

    ବିଶେଷ View all

    Find Us on Facebook