ମୁଖ୍ୟ ଖବର
କଟକ: ଓଡ଼ିଶା ଓ ଓଡ଼ିଆଙ୍କୁ କଲେ ଭୂୟସୀ ପ୍ରଶଂସା ବଲିଉଡ୍ ଅଭିନେତା ଅକ୍ଷୟ କୁମାର। କହିଲେ ଓଡ଼ିଶା ଆସି ବହୁତ ଖୁସି । ଓଡ଼ିଶା ଲୋକ ସମ୍ପର୍କକୁ ବେଶ୍ ଗୁରୁତ୍ୱ ଦିଅନ୍ତି । ସଚ୍ଚୋଟତା ଏବଂ ସ୍ୱତନ୍ତ୍ରତା ପାଇଁ ଓଡ଼ିଆମାନେ ବେଶ୍ ଜଣାଶୁଣା । ନିଶା ଠାରୁ ଦୂରରେ ରହିବା ଲାଗି ମଧ୍ୟ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ସେ ଆହୁରି କହିଛନ୍ତି, ନୂଆ ସୋ’ରୁମ ଶୁଭାରମ୍ଭ କରି ଅତ୍ୟନ୍ତ ଖୁସି । ବିଶ୍ୱାସ, ସ୍ୱଚ୍ଛତା ଏବଂ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପକୁ କଲ୍ୟାଣ ସର୍ବଦା ପ୍ରାଥମିକତା ପ୍ରଦାନ କରିଆସିଛି । ଏଭଳି ଏକ ବ୍ରାଣ୍ଡ୍କୁ ଗ୍ରାହକ ଭଲ ପାଇବା ଜାରି ରଖିବେ ବୋଲି ଆଶା
ବଲିଉଡ୍ ଖିଲାଡ଼ି ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଟୁଇନ୍ ସିଟି ଗସ୍ତରେ ଆସି କଲ୍ୟାଣ ଜୁଏଲର୍ସ ଉଦ୍ନଟନ କରିଥିଲେ । ଏହି ଅବସରରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ କଟକରେ ତାଙ୍କ ଫ୍ୟାନ୍ଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଥଣ୍ଡା କାକରରେ ଦୁଇଘଣ୍ଟା କାଳ ଅପେକ୍ଷା କରି ନିଜ ପସନ୍ଦର ସୁପରଷ୍ଟାର୍ଙ୍କ ଅତି ପାଖରୁ ଦେଖିଛନ୍ତି ସେମାନେ । ଫ୍ୟାନ୍ଙଙ୍କ ମନବୁଝି ଅକ୍ଷୟ ସେମାନଙ୍କ ସହ ହାତ ମିଶାଇଛନ୍ତି, ହାତ ହଲାଇ କୃତଜ୍ଞତା ଜ୍ଞାପନ କରିବା ସହ ଗୀତରେ ନାଚି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।
ସିଡିଏ ସେକ୍ଟର-୧ ଜୁଡିସିଆଲ୍ ଏକାଡ଼େମୀ ନିକଟରେ ନୂଆ ପ୍ରତିଷ୍ଠିତ କଲ୍ୟାଣ ଜୁଏଲର୍ସର ଉଦ୍ଘାଟକ ଭାବେ ବଲିଉଡ୍ ଖିଲାଡ଼ି କଟକ ଆସିଥିଲେ । ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଅକ୍ଷୟଙ୍କ ବାଟ ଚାହିଁ ବସିଥିଲେ ତାଙ୍କ ଫ୍ୟାନ୍ । ଜୁଏଲର୍ସ ସାମ୍ନାରେ ପ୍ରବଳ ଜନସମାଗମ ହେବା ସହ ବ୍ୟାପକ ପୁଲିସ ଫୋର୍ସ ନିୟୋଜନ କରାଯାଇଥିଲା । ରାତି ପ୍ରାୟ ୮ଟା ବେଳକୁ ଅକ୍ଷୟ କୁମାର ସେଠାରେ ପହଞ୍ଚିଥିଲେ । ତାଙ୍କ କାର୍ ଦେଖିବା ମାତ୍ରେ ଦର୍ଶକ ଉତ୍ସାହିତ ହୋଇପଡିଥିଲେ । କଳା ସୁଟ୍ ଓ ଗଗଲ୍ସରେ ଚମତ୍କାର ଦେଖାଯାଉଥିବା ଅକ୍ଷୟ କୁମାର କାର୍ରୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଲୋକେ ଅକ୍ଷୟ..ଅକ୍ଷୟ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ । ଦର୍ଶକଙ୍କ ଉତ୍କଣ୍ଠା ଦେଖି ଅକ୍ଷୟ ଜୁଏଲର୍ସ ନିକଟରେ କରାଯାଇଥିବା ଏକ ମଞ୍ଚକୁ ଚଢିଯାଇ ମାଇକ୍ ଧରି ‘ଜୟ ଜଗନ୍ନାଥ‘ ବୋଲି ସମ୍ବୋଧନ କରିଥିଲେ । ଦର୍ଶକ ମଧ୍ୟ ପ୍ରତି ଉତ୍ତରରେ ଜୟ ଜଗନ୍ନାଥ ବୋଲି କହିବା ପରେ ଫ୍ୟାନ୍ସ ଧନ୍ୟବାଦ ଦେଇଥିଲେ ଅକ୍ଷୟ । କହିଥିଲେ, ‘ମୁଁ ପୂର୍ବରୁ ବହୁତଥର ଓଡ଼ିଶା ଆସିଛି । କିନ୍ତୁ ପ୍ରଥମଥର ଆଜି କଟକ ଆସୁଛି । ଏହା ଏକ ବେଶ୍ ସୁନ୍ଦର ସହର । ଆଜି ଏତେ ସଂଖ୍ୟାରେ ଫ୍ୟାନ୍ ଉପସ୍ଥିତ ରହିବା ଦେଖି ମୋତେ ବେଶ୍ ଖୁସି ଲାଗୁଛି । ଜୀବନରେ ଯାହା ବି ହେଇଯାଉ ପଛେ ନିଜ ସ୍ୱାସ୍ଥ୍ୟର ଯନ୍ତ୍ର ନିଅନ୍ତୁ ଏବଂ ନିଜ ବାପା-ମା’ଙ୍କ ଯତ୍ନ ନିଅନ୍ତୁ ।’ ପରେ ନିଜ ଅଭିନିତ ‘ବାଲା..ବାଲା’ ଗୀତରେ ମନଖୋଲି ନାଚିଥିଲେ ଅକ୍ଷୟ କୁମାର । ବଡ଼ ପରଦାରେ ଅକ୍ଷୟଙ୍କ ଡ୍ୟାନ୍ସ ଦେଖୁଥିବା ତାଙ୍କ ଫ୍ୟାନ୍ ଆଖି ସାମ୍ନାରେ ତାଙ୍କୁ ନାଚୁଥିବାର ଦେଖି ଉତ୍କଣ୍ଠାରେ ଫାଟି ପଡିଥିଲେ । ମୋବାଇଲ୍ରେ ଫଟୋ ଓ ଭିଡ଼ିଓ କରି ସ୍ମୃତିକୁ ସାଇତି ରଖିଥିଲେ ।
Comments ସମସ୍ତ ମତାମତ