Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶରୀର ପାଇଁ ଉପକାରୀ ହୋଇଥାଏ ଅଖରୋଟ

    Share on :
    ajab-Image
    Date: Aug 5, 2022    Views: 2937

     ଭୁବନେଶ୍ୱର: ମସ୍ତିଷ୍କକୁ ସୁସ୍ଥ ରଖିବାରେ ଓ୍ବାଲନଟ୍‌ ବା ଅଖରୋଟର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। କେବଳ ମସ୍ତିଷ୍କ କାହିଁକି ସମ୍ପୂର୍ଣ୍ଣ ଶରୀର ପାଇଁ ବି ଏହା ବେଶ୍‌ ଉପକାରୀ। କାରଣ ଏଥିରେ ଭରି ରହିଥାଏ ପ୍ରୋଟିନ୍‌, ଭିଟାମିନ୍‌, ଆଇରନ୍‌, କ୍ୟାଲସିୟମ୍‌, କପର୍‌, ଫସ୍‌ଫରସ୍‌, ମ୍ୟାଗ୍‌ନେସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ସମେତ ଆହୁରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ସେଥିପାଇଁ ଅଖରୋଟ ଖାଇବା ଶରୀର ପକ୍ଷେ ଉପକାରୀ ହୋଇଥାଏ। ତେବେ ଏହାକୁ ଖାଇବାର ସଠିକ୍‌ ଶୈଳୀ ହେଉଛି, ରାତିସାରା ଏହାକୁ ପାଣିରେ ଭିଜେଇ ସକାଳୁ ଖାଲିପେଟରେ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

    ଯେମିତିକି: ଡାଇବେଟିସ୍‌ ରୋଗୀ ପ୍ରତିଦିନ ଯଦି କିଛି ମାତ୍ରାରେ ଅଖରୋଟ ଖାଆନ୍ତି, ତା’ହେଲେ ତାଙ୍କର ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରହିଥାଏ। ଆଉ ଯଦି ଡାଇବେଟିସ୍‌ ନ ହୋଇଥିବା ରୋଗୀ ଏହାକୁ ଖାଆନ୍ତି, ତା’ହେଲେ ସେମାନଙ୍କଠାରେ ଭବିଷ୍ୟତରେ କେବେ ଟାଇପ୍‌-୨ ଡାଇବେଟିସ୍‌ ହେବାର ସମ୍ଭାବନା ମଧ୍ୟ ନଥାଏ। କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବି ଏହା ସହାୟକ ହୋଇଥାଏ।

    କେବଳ ସେତିକି ନୁହେଁ ପ୍ରତିଦିନ ଗୋଟିଏରୁ ଦୁଇଟି ଅଖରୋଟ ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିବା ସହ ରାତିରେ ନିଦ ମଧ୍ୟ ଭଲ ହୋଇଥାଏ। ଏହାଛଡ଼ା କୁହାଯାଏ, ନାରୀଟିଏ ଗର୍ଭବତୀ ଥିବା ସମୟରେ ନିୟମିତ କିଛି କିଛି ଅଖରୋଟ ଖାଇଲେ ଗର୍ଭରେ ଥିବା ଶିଶୁଟିର ମସ୍ତିଷ୍କ ବିକାଶରେ ଅନେକ ସହାୟକ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook