Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବେଙ୍ଗଲ ନିର୍ବାଚନ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଖିଲେଶ

    Share on :
    ajab-Image
    Date: May 7, 2026    Views: 2838

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ଓ ଗଣତିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ସୁପ୍ରିମକୋର୍ଟ ତୁରନ୍ତ ନିଜ ଆଡ଼କୁ ବେଙ୍ଗଲ ନିର୍ବାଚନ ପ୍ରକ୍ରିୟାର ବିଚାର କରନ୍ତୁ ଓ ଭୋଟ ଗଣତି କେନ୍ଦ୍ରର ଭିଡିଓ ରେକର୍ଡିଂ ସାର୍ବଜନନୀନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରି ଅଖିଲେଶ ଯାଦବ କହିଛନ୍ତି, “ଯଦି କୋର୍ଟ ଶୁଣାଣିର ସିଧାପ୍ରସାରଣ ହୋଇ ପାରୁଛି, ତା’ହେଲେ ଭୋଟ ଗଣତିର ସିଧାପ୍ରସାରଣ କାହିଁକି ହୋଇ ପାରିବ ନାହିଁ?

    ସିସିଟିଭି ଫୁଟେଜ କାହିଁକି ଲାଇଭ ହେବନି? କାହିଁକି ସେମାନେ ସିଧାପ୍ରସାରଣକୁ ଏତେ ଡରୁଛନ୍ତି? ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରକ୍ରିୟାର ବିଚାର ସୁପ୍ରିମକୋର୍ଟ ତୁରନ୍ତ କରନ୍ତୁ। ଦେଶର ଲୋକଙ୍କ ଆଗରେ ଭୋଟ ଗଣତି କେନ୍ଦ୍ରର ଭିଡିଓକୁ ରଖା ଯାଉ।” 

    ଅନିୟମିତତାର ଅଭିଯୋଗ ଆଣି ଅଖିଲେଶ କହିଛନ୍ତି ଯେ ଉତ୍ତର ପ୍ରଦେଶର କିଛି ନିର୍ବାଚନ ଓ ଉପ ନିର୍ବାଚନ ଘଟିଥିବା ଘଟଣା ଏହାର ଉଦାହରଣ। ଏଠାରେ ମଧ୍ୟ ଗଣତି ପ୍ରକ୍ରିୟାରେ ବିଭ୍ରାଟ ଦେଖାଯାଇଥିଲା। ବେଙ୍ଗଲରେ ଯାହା ସବୁ ଘଟିଲା, ତା’ର ପୁନରାବୃତ୍ତି ବଡ଼ ମାତ୍ରାରେ ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଘଟିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

    ସେ କହିଛନ୍ତି, “ବେଙ୍ଗଲରେ ଯାହା ସବୁ ଘଟିଗଲା, ସେମାନେ ସମାନ କାମ ବଡ଼ ଆକାରରେ ଉତ୍ତର ପ୍ରଦେଶରେ କରିପାରନ୍ତି। ବହୁ ସ୍ତରୀୟ ନିର୍ବାଚନ ମାଫିଆ ଏକାଠି କାମ କରିବେ। ସେମାନେ ଅଧିକ ରିସର୍ଚ୍ଚ କରିବେ ଓ ୨୦୨୭ରେ ଉତ୍ତର ପ୍ରଦେଶରେ ନିଜର ଅଭିଯାନ ଚଳାଇବେ।  ଏହି ଲୋକମାନେ ପଶ୍ଚିମବଙ୍ଗରେ ଯାହା ସବୁ କଲେ ଓ ଯେମିତି ନିର୍ବାଚନକୁ ପ୍ରଭାବିତ କରି ମାହୋଲକୁ ବଦଳାଇଲେ, ସେସବୁ ଏବେ ପର୍ଦ୍ଦାଫାସ ହୋଇଛି।” 

    ବିଜେପି ବେଙ୍ଗଲରେ ପ୍ରଥମ ଥର ଐତିହାସିକ ବିଜୟ ହାସଲ କରିଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ପରାସ୍ତ ହୋଇଛି। ମମତା ହାରିବା ପରେ ଅଖିଲେଶ ଏପରି କହିଛନ୍ତି। ଏଥିସହ ସେ ବେଙ୍ଗଲ ଗସ୍ତରେ ଯିବେ ବୋଲି ମଧ୍ୟ କହିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook