Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଜିତ୍ ପାଓ୍ୱାରଙ୍କ ଆଜି ହେବ ଶେଷକୃତ୍ୟ

    Share on :
    ajab-Image
    Date: Jan 29, 2026    Views: 3156

    ମୁମ୍ବାଇ: ସ୍ତବ୍ଧ ମହାରାଷ୍ଟ୍ର । ଶୋକାଭିଭୂତ ମୁମ୍ବାଇ । ହତବାକ୍ ବାରାମତୀ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାରଙ୍କର ଅଚାନକ ଏକ ବିମାନ ଦୁର୍ଘଟଣାରେ ବିୟୋଗ ସମସ୍ତଙ୍କୁ ଶୋକରେ ବୁଡ଼ାଇ ଦେଇଛି । ଅଜିତଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ଆଜି ବାରାମତୀସ୍ଥିତ ଅଜିତଙ୍କ ପୈତୃକ ଗ୍ରାମ କାଟେୱାଡ଼ିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ଅନ୍ତିମ ସଂସ୍କାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ ସାମିଲ ହେବାକୁ ଗୁରୁବାର ବାରାମତୀ ଗସ୍ତ କରିବେ । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁମ୍ବାଇରୁ ବାରାମତୀ ଗସ୍ତ କରିଛନ୍ତି ।
    ବୁଧବାର ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଜିତ ପାୱାର । ମୁମ୍ବାଇରୁ ବାରାମତୀ ଯାତ୍ରା କରୁଥିବା ବେଳେ ତାଙ୍କର ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତ୍ୟୁ ବେଳକୁ ଅଜିତଙ୍କୁ ୬୬ ବର୍ଷ ହୋଇଥିଲା । ଦୁର୍ଘଟଣାରେ ଅଜିତଙ୍କ ସହ ସୁରକ୍ଷା କର୍ମୀ, ଦୁଇଜଣ ପାଇଲଟ୍ ଏବଂ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ମୃତକମାନେ ହେଲେ ବିଦିପ ଯାଦବ, ପିଙ୍କି ମାଲି,ମୁଖ୍ୟ ପାଇଲଟ୍ ସୁମିତ କପୁର ଏବଂ କୋ- ପାଇଲଟ୍ ସାମ୍ଭବୀ ପାଠକ । ଅଜିତ ଆସନ୍ତା ୫ ତାରିଖରେ ପୁନେରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪ଟି ଜନସଭାରେ ଉଦ୍ବୋଧନ ଦେଇଥାନ୍ତେ । ସେ ବୁଧବାର ସକାଳ ପ୍ରାୟ ୮ଟା ୧୦ରେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିଲେ । ବାରାମତୀ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ୍ ରନ୍‌କୁ  ଠିକ୍ ଭାବେ ଦେଖିପାରି ନ ଥିଲେ । ପ୍ରଥମ ଥର ବିଫଳ ହେବା ପରେ ସେ ବିମାନକୁ ପୁଣି ଉପରକୁ ନେଇଯାଇଥିଲେ ।

    ପୁନର୍ବାର ଅବତରଣ ପାଇଁ ପାଇଲଟ୍ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣ ହୋଇ ବିମାନଟି ଜଳିଯାଇଥିଲା । ଏଥିରେ ସମସ୍ତ ୫ ଜଣ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି । ପାଇଲଟ୍ କୌଣସି ଏମର୍ଜେନ୍ସି ସିଗ୍ନାଲ ଦେଇ ନ ଥିଲେ କି ‘ମେ ଡେ’ କଲ୍ ବି କରି ନ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଜିତ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତାଙ୍କ ହାତ ଘଣ୍ଟାରୁ ତାଙ୍କୁ ଚିହ୍ନଟ କରାଯାଇଥିଲା । ଅଜିତଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook