ମୁଖ୍ୟ ଖବର
ବାରାମତି: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କର ଏକ ବିମାନ ଦୁର୍ଘଟଣାରେ ଦୁଃଖଦ ଦେହାନ୍ତ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ଦୁଇଜଣ ପାଇଲଟ ଓ ଦୁଇଜଣ ଯାତ୍ରୀ ଅଛନ୍ତି। ମହାରାଷ୍ଟ୍ରର ବାରାମତି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳର ଭିଡିଓ ଦର୍ଶାଉଛି ଯେ, ଦୁର୍ଘଟଣା କେତେ ଭୟଙ୍କର ଥିଲା। ଦୁର୍ଘଟଣା ପରେ, ବିମାନଟି ସମ୍ପୂର୍ଣ୍ଣ ଜଳି ଧ୍ୱଂସାବଶେଷରେ ପରିଣତ ହୋଇଥିବା ଦେଖାଯାଇଛି।
ଏହି ଭୟଙ୍କର ଦୁର୍ଘଟଣା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଲେଖିଛନ୍ତି, "ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୫ଯାତ୍ରୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ। ଅଜିତ ପାୱାରଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ରର ବିକାଶରେ ବିଶେଷକରି ସମବାୟ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ମୁଁ ତାଙ୍କ ପରିବାର, ସମର୍ଥକ ଏବଂ ପ୍ରଶଂସକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସମସ୍ତ ଲୋକଙ୍କ ପରିବାରକୁ ମଧ୍ୟ ଭଗବାନ ଏହି ଆଘାତ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ।"
Comments ସମସ୍ତ ମତାମତ