Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଚୀନ ଯିବେ ଅଜିତ ଡୋଭାଲ

    Share on :
    ajab-Image
    Date: Aug 24, 2026    Views: 2687

    ଆଜି ଚୀନ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତ-ଚୀନ୍ ସୀମା ବିବାଦ ନେଇ ଚାଲିଥିବା ସ୍ପେଶାଲ୍ ରିପ୍ରେଜେଣ୍ଟେଟିଭ୍ସ ବୈଠକରେ ସେ ଯୋଗଦେବେ। ଦୁଇ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। କାଲି ବେଜିଂରେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହିତ ଆଲୋଚନା କରିବେ NSA ଅଜିତ ଡୋଭାଲ୍। 

    ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଦୀର୍ଘ ସୀମା ବିବାଦର ସମାଧାନ ପାଇଁ ଏହି ଆଲୋଚନା ହୋଇଆସୁଛି। ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ୨୦୦୩ରେ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହି ବ୍ୟବସ୍ଥାରେ ଏବେ ୨୫ତମ ପର୍ଯ୍ୟାୟ ଆଲୋଚନା ହେବ। ସୀମାରେ ଶାନ୍ତି ବଜାୟ ରଖିବା ଏହି ବୈଠକର ଏକ ପ୍ରମୁଖ ଏଜେଣ୍ଡା ହୋଇପାରେ । ସେପଟେ ଆସନ୍ତା ମାସରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। 

    ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗ୍ ଯୋଗଦେଇପାରନ୍ତି। ଯଦିଓ ଏନେଇ ଉଭୟ ଦେଶ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ। ଜିନପିଙ୍ଗଙ୍କ ଏହି ଗସ୍ତ ହେଲେ, ସାତ ବର୍ଷ ପରେ ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସି ଜିନପିଙ୍ଗ୍ ଶେଷଥର ପାଇଁ ୨୦୨୫ ଅଗଷ୍ଟରେ ଚୀନ୍ ରେ ଅନୁଷ୍ଠିତ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ବା SCO ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook